Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଉ ନାହାନ୍ତି ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହ: ନିଆରା ଢଙ୍ଗରେ କରୁଥିଲେ ରୋଗୀ ସେବା
ଆଞ୍ଚଳିକ

ଆଉ ନାହାନ୍ତି ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହ: ନିଆରା ଢଙ୍ଗରେ କରୁଥିଲେ ରୋଗୀ ସେବା

July 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ୧୯୪୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ଡାକ୍ତର ରଣସିଂହ ଜନ୍ମଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ତାଙ୍କ ବଡ ଝିଅଙ୍କ ବିହାରସ୍ଥିତ ଘରକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଡାକ୍ତର ରଣସିଂହ ବିହାରରେ ଆଇପିଏସ ଅଧିକାରୀ ଭାବେ କାର୍ଯ୍ୟରତ ବଡ ଝିଅଙ୍କ ଘରେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ଗତକାଲି ଦିନ ୧୨ ଟା ସମୟରେ ହଠାତ ତାଙ୍କର ଦେହାନ୍ତ ହୋଇଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡାକ୍ତର ରଣସିଂହଙ୍କ ଧର୍ମ ପତ୍ନୀ ପ୍ରଫେସର ଶୁଭକାଂକ୍ଷୀ ଛୋଟ୍ଟରାୟଙ୍କ ଗତ ବର୍ଷ ଅକ୍ଟୋବର ମାସ ୩୦ ତାରିଖରେ ଦେହାନ୍ତ ହୋଇଯାଇଥିଲା। ହେଲେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେବାର ବର୍ଷେ ପୂରଣ ହେବା ପୂର୍ବରୁ ଡାକ୍ତରଙ୍କ ନିଧନ ହୋଇଯାଇଛି। ସରକାରୀ ଚାକିରିକୁ ପ୍ରତ୍ୟାଖାନ କରିଥିବା ଡାକ୍ତର ରଣସିଂହ ବାଣପୁର ଅଞ୍ଚଳରେ ଲୋକଙ୍କ ସେବା ପାଇଁ ଏକ କ୍ଲିନିକ ଖୋଲିଥିଲେ।

ସେଠାରେ ସେ ନିଆରା ଢଙ୍ଗରେ ରୋଗୀଙ୍କୁ ସେବା କରି ବେଶ ପ୍ରଶଂସା ଲାଭ କରିଥିଲେ। ଜ୍ଵରରେ ପୀଡିତ ରୋଗୀଙ୍କୁ ପଖାଳ ଖାଇବାକୁ ସେ ପରାମର୍ଶ ଦେଉଥିଲେ। ଯାହାଫଳରେ ତାଙ୍କ ପରାମର୍ଶ ମୁତାବକ ରୋଗୀ ପଖାଳ ଖାଇବା ସହ ସୁସ୍ଥ ହେଉଥିବା ମଧ୍ୟ ସେତେବେଳେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କର ରୋଗୀ ସେବା ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ଡାକ୍ତର ରଣସିଂହଙ୍କ ବିୟୋଗରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ବିହାରର ପାଟଣାରେ ବଡ ଜ୍ଵାଇଁ ଏବଂ ବଡ ଝିଅ ତାଙ୍କର ଅନ୍ତିମ ସଂସ୍କାର କରିଥିବା ସୂଚନା ମିଳିଛି।

ଦେହାନ୍ତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026
Latest News

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.