Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜନ୍ମମାଟି ବାଣପୁରରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ପାଳିତ
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ପାଳିତ

October 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଅନନ୍ୟ କାଳଜୟୀ ସାରସ୍ଵତ ପ୍ରତିଭା ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୩ତମ ଜୟନ୍ତୀ ସମାରୋହ ବାଣପୁରସ୍ଥିତ ନେହେରୁ ସେବାସଂଘର କନକ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଡ. ବିବେକାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ରନାଥ ମାନସିଂହ ଓ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ, ନିମନ୍ତ୍ରିତ ଅତିଥି ଭାବରେ କବି ପୁରୁଷୋତ୍ତମ ମହାପାତ୍ର, କବି ଓମ୍ ପ୍ରକାଶ ଅଗ୍ରୱାଲ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ରଥ, ନିଆଁଖୁଣ୍ଟା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରି ବ୍ୟଙ୍ଗ ସାହିତ୍ୟ ର ପ୍ରଗଳ୍ଭ ଲେଖକ ଭାବରେ ଚିରକାଳ ବଞ୍ଚିରହିବେ ବୋଲି ପ୍ରକାଶ କରିଥିଲେ।

ତାଙ୍କ ରଚିତ କାଳଜୟୀ କ୍ଷୁଦ୍ରଗଳ୍ପ ‘ମାଗୁଣିର ଶଗଡ଼’, ‘ନୀଳ ମାଷ୍ଟରାଣୀ’, ଏବଂ ‘ଉଠ କଙ୍କାଳ’ ପରି ଉଦବୋଧନୀ ସଙ୍ଗୀତ ଏବେବି ପାଠକୀୟ ମନରେ ଗଭୀର ଆଲୋଡନ ସୃଷ୍ଠି କରେ ବୋଲି ପ୍ରକାଶ କରିଥିଲେ। ସଭାରେ ବାଣପୁର ର ଜଣେ ସାରସ୍ଵତ ପ୍ରତିଭା ତଥା ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଙ୍କୁ ଚିଲିକା ସାହିତ୍ୟ ସମାଜ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଅନୁଷ୍ଠାନ ର ଅନ୍ତେବାସୀଙ୍କ ତରଫରୁ ଉଦବୋଧନୀ ସଙ୍ଗୀତ ଗାନ ପରେ ସହସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଦାବରୀଶ ମହାପାତ୍ର ନିଆଁଖୁଣ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.