
ଭୁବନେଶ୍ୱର: ଏକ ନିର୍ଭୀକ ତଥା ଭେଦଭାବହୀନ ସମାଜ ଗଠନ କରିବା ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ସ୍ୱପ୍ନ । ସେହିପରି ସର୍ବକନିଷ୍ଠ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିଲେ । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ଦୁଇ କର୍ମଯୋଗୀଙ୍କୁ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ ।
ସୂଚନା ଓ ଲୋକସଂପର୍କ ତଥା ଜଳସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସମ୍ମାନିତ ଅତିଥି, ଓଡ଼ିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଙ୍ଗର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଆଜି ସକାଳେ ଭୁବନେଶ୍ୱର ମାଷ୍ଟରକାଣ୍ଟିନ୍ ଛକଠାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଓ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ବିଭାଗର ଅନ୍ୟ ପଦାଧିକାରୀ ଏବଂ ଅତିଥିମାନେ ଯୋଗଦେଇ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।