Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ
ଆଞ୍ଚଳିକ

ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ

December 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ସହିଦଙ୍କୁ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁରାତନ ସେନା କର୍ମଚାରୀ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ପୁରାତନ ସେନା କର୍ମଚାରୀମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଏକତ୍ରିତ ହେବା ସହ ସହିଦ ବୀର ସୈନିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖ ଅପରାହ୍ନରେ ତାମିଲନାଡୁର କୁନ୍ନୁରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ତାଙ୍କ ପତ୍ନୀ ମଦୁଲିକା ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ।

ଏଭଳି ଘଟଣା ପରେ ଦେଶ ପୁରା ସ୍ତବ୍ଧ ହୋଇଯାଇଛି। ସିଡିଏସଙ୍କ ଅକାଳ ବିୟୋଗରେ ଦେଶକୁ ବଡ କ୍ଷତି ହୋଇଛି।

ଯେତେବେଳେ ଜେନେରାଲ ବିପିନ ରାୱତ ତାଙ୍କର ଅନ୍ତିମ ଯାତ୍ରାକୁ ଯାଇଥିଲେ, ଲୋକମାନେ ତାଙ୍କର ଶେଷ ଦର୍ଶନ ଦେଖିବାକୁ ରାସ୍ତାରେ ଠିଆ ହୋଇଥିଲେ। ସିଡିଏସ୍ ବିପିନ ରାୱତଙ୍କ ଅନ୍ତିମ ଗସ୍ତରେ “ସୂର୍ଯ୍ୟ ଚନ୍ଦ୍ର ରହିବା ପର୍ଯ୍ୟନ୍ତ, ବିପିନ୍ ଜୀଙ୍କ ନାମ ରହିବ” ବୋଲି ନାଗରିକମାନେ ସ୍ଲୋଗାନ ଦେଇଥିଲେ।

ତାଙ୍କୁ ଦିଲ୍ଲୀ ଛବନୀରେ ଥିବା ବରାର ଛକ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି। ବିପିନ ରାୱତ ଏବଂ ମଧୁଲିକା ରାୱତଙ୍କ ଝିଅ କ୍ରିତିକା ଏବଂ ତାରିଣୀ ସେମାନଙ୍କ ପିତାମାତାଙ୍କ ଶେଷ ରୀତିନୀତି କରିଥିଲେ।

ବାଣପୁର-ବାଲୁଗାଁ ବିପିନ ରାୱତ ଶ୍ରଦ୍ଧାଞ୍ଜଳି ସିଡିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.