Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ମହିଳା ସୌଖିନ ନାଟ୍ୟସଂସ୍ଥା କଳିଙ୍ଗ କନ୍ୟା କଳାପରିଷଦ ଉଦଘାଟିତ
ଆଞ୍ଚଳିକ

ବାଣପୁରରେ ମହିଳା ସୌଖିନ ନାଟ୍ୟସଂସ୍ଥା କଳିଙ୍ଗ କନ୍ୟା କଳାପରିଷଦ ଉଦଘାଟିତ

December 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଆ ଭାଷା ଓ ନାଟ୍ୟଜଗତକୁ ସମୃଦ୍ଧ କରିବାପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଏକ ମହିଳା ସୌଖିନ ନାଟ୍ୟସଂସ୍ଥା କଳିଙ୍ଗକନ୍ୟା କଳାପରିଷଦ ଉଦଘାଟିତ ହୋଇଯାଇଛି। ପଲଟନପଡିଆସ୍ଥିତ “ଛାୟାମଣ୍ଡପ “ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ପୌରୋହିତ କରିଥିଲେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ଗାନ୍ଧୀ ବାରିକ। ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହନକ୍ରମେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ସରୋଜ ସାସମଲ ପ୍ରମୁଖ ଯୋଗଦେଇଥିଲେ।

ଓଡ଼ିଆ ନାଟ୍ୟଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଅନୁଷ୍ଠାନର ସମସ୍ତ ମହିଳା ସଦସ୍ୟାଗଣ ପ୍ରତିଶୃତିବଦ୍ଧ ହେବାପରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସଭାନେତ୍ରୀ ଭାବେ ମିତାଞ୍ଜଳୀ ସାସମଲ, ଉପ-ସଭାନେତ୍ରୀ ଭାବେ ରଶ୍ମିତା ଭୋଳ, ସମ୍ପାଦିକା ଭାବେ ସନ୍ତୋଷୀ ମାଳି, ସହ ସମ୍ପାଦିକା ଭାବେ ଲକ୍ଷ୍ମୀପ୍ରିୟା ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅନିତା ବିଶୋଇ ଏବଂ କାର୍ଯ୍ୟନିର୍ବାହୀ କମିଟିସଭ୍ୟା ଭାବେ ପୁଷ୍ପାଞ୍ଜଳୀ ଜେନା ଓ ଲିପି ମହାରଣା ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି।

ଏହି ଅବସରସରେ ପ୍ରାକ୍ତନ ଅଭିନେତ୍ରୀ ଦମ୍ପତ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସର୍ବଶେଷରେ ଅଭିନେତ୍ରୀ ନମିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026
Latest News

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026

ଚଳନ୍ତା କାରରେ ହଠାତ୍‌ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

September 6, 2026

ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.