Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୌର ନିର୍ବାଚନ: ଚିଲିକାରେ ସରିଲା ନାମାଙ୍କନ ପତ୍ର ଦାଖଲ, ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର
ଆଞ୍ଚଳିକ

ପୌର ନିର୍ବାଚନ: ଚିଲିକାରେ ସରିଲା ନାମାଙ୍କନ ପତ୍ର ଦାଖଲ, ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

March 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପୂର୍ବାନୁମାନ ହୋଇସାରିଥିବା ବେଳେ ଆଜି ଉଭୟ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଢୋଲ, ବାଜା ସହିତ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା।

ବାଲୁଗାଁରେ ଆଜି ବିଜେଡିର ସମସ୍ତ ପ୍ରାର୍ଥୀମାନେ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ଯାଇଥିବାବେଳେ ବାଣପୁରରେ ଉଭୟ ବିଜେପି ଓ ବିଜେଡି ମା’ ଭଗବତୀ ମନ୍ଦିର ସମ୍ମୁଖରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ପହଞ୍ଚିଥିଲେ। ତେବେ ବାଣପୁର ଏନଏସି ରେ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ମିଟୁ ନାୟକ, ବିଜେପିରୁ ନନ୍ଦ କିଶୋର ମିଶ୍ର, କଂଗ୍ରସରୁ ବିଜୟ ରଥ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମୁକେଶ କୁମାର ଜେନା, ଲକ୍ଷ୍ମୀଧର ମହାପାତ୍ର, ଅନିଲ ମହାପାତ୍ର ଓ ଶିଶିର ମିଶ୍ର ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ କାଉନସିଲର ପଦବୀ ପାଇଁ ବାଣପୁର ଏନଏସି ରେ ସମୁଦାୟ ୩୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୧୨ ନମ୍ବର ୱାର୍ଡରେ କେବଳ ବିଜେଡି ପ୍ରାର୍ଥୀ ଅଶାଲତା ଯାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

ଅନୁରୂପ ଭାବେ ବାଲୁଗାଁ ଏନଏସିରେ ଅଧ୍ୟକ୍ଷା ପଦବୀ ପାଇଁ ସମୁଦାୟ ୮ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ସୁକାନ୍ତି ପାଇକରାୟ, ବିଜେପିରୁ ସ୍ୱପ୍ନା ବଡ଼ଜେନା, କଂଗ୍ରେସରୁ କମଳୀ ପ୍ରଧାନ, କମ୍ୟୁନିଷ୍ଟରୁ ରେଣୁ ବେହେରା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରଦ୍ଧାଞ୍ଜଳି ପାଇକରାୟ, ମମତାରାଣୀ ବଡ଼ଜେନା, ଲକ୍ଷ୍ମୀପ୍ରିୟା ଗୁମାନସିଂହ ଓ ରମାମଣି ବେହେରା ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ରେ କାଉନସିଲର ପଦବୀ ପାଇଁ ସମୁଦାୟ ୨୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୮ ନମ୍ବର ୱାର୍ଡରେ କେବଳ ବିଜେପି ପ୍ରାର୍ଥୀ ମୀରାରାମ ନାଗବଂଶୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

କଡା ଟକ୍କର ଚିଲିକା ନାମାଙ୍କନ ପତ୍ର ଦାଖଲ ପୌର ନିର୍ବାଚନ ବିଜେଡି-ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.