Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୟାଗଡ: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଚାନ୍ଦପୁର ଏସଆଇ ଅଞ୍ଜଳି ସା
ଆଞ୍ଚଳିକ

ନୟାଗଡ: ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ଚାନ୍ଦପୁର ଏସଆଇ ଅଞ୍ଜଳି ସା

April 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ: ଆଜି ଓଡିଶା ପୋଲିସର ୮୭ ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ନୟାଗଡ଼ ସ୍ଥିତ ପୋଲିସ ଟ୍ରେନିଂ ପଡିଆରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ସବ ଇନ୍ସପେକ୍ଟର ଭାବେ ସମ୍ମାନିତ ହୋଇଛନ୍ତି ଚାନ୍ଦପୁର ଥାନା ମହିଳା ଏସଆଇ ଅଞ୍ଜଳି ସା। ନୟାଗଡ଼ ଏସପି ଆଇପିଏସ ସିଦ୍ଧାର୍ଥ କାଟାରିଆ ଅଞ୍ଜଳିଙ୍କୁ ଏଥି ନିମନ୍ତେ ପୁରସ୍କୃତ କରିଛନ୍ତି। ଅଞ୍ଜଳି ଜଣେ ଦକ୍ଷ ପୋଲିସ ଅଧିକାରିଣୀ ଭାବେ ସମଗ୍ର ଜିଲ୍ଲାରେ ବେଶ ଜଣାଶୁଣା। ୨୦୧୭ ବ୍ୟାଚର ଉକ୍ତ ଏସଆଇ ପ୍ରଥମ ପୋଷ୍ଟିଙ୍ଗ ଇଟାମାଟି ଥାନାରେ ପାଇଥିବା ବେଳେ ସେଠାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ।

୨୦୨୧ ରେ ଚାନ୍ଦପୁର ଥାନାରେ ପୋଷ୍ଟିଙ୍ଗ ହେବା ପରଠାରୁ ମାତ୍ର ଏକ ବର୍ଷ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳରେ ଏକାଧିକ ଅପରାଧିକ ଗତିବିଧିଙ୍କୁ ରୋକ ଲଗାଇବାରେ ଅଞ୍ଜଳି ସଫଳ ହୋଇପାରିଛନ୍ତି। ବିଶେଷ କରି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା, ଏକାଧିକ ନାବାଳିକାଙ୍କୁ ଉଦ୍ଧାର କରିବା, ଅବକାରୀ ଚଢ଼ାଉ ଏବଂ ୱାରେଣ୍ଟ ଗିରଫ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଅଞ୍ଜଳି ଅନେକ ପ୍ରଶଂସା ସାଉଁଟିପାରିଛନ୍ତି।

ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ କୁହନ୍ତି ଏସଆଇ ଅଞ୍ଜଳି ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠା ପୋଲିସ ଅଧିକାରିଣୀ ଏବଂ ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ବହୁ ଅପରାଧିକ ମାମଲାକୁ ସମାଧାନ କରିପାରିଛନ୍ତି। ଚାନ୍ଦପୁର ଥାନା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଏସଆଇ ଏହି ପୁରସ୍କାର ପାଇନଥିବା ବେଳେ ଅଞ୍ଜଳିଙ୍କ ଏହି କୃତିତ୍ୱ ନିମନ୍ତେ ଚାନ୍ଦପୁର ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ସମେତ ସାରା ଚାନ୍ଦପୁରବାସି ଅଞ୍ଜଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡିଶା ପୋଲିସ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.