Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ୱର ଓକିଲ ସଂଘ ତରଫରୁ ଆଇନ୍‌ଜୀବୀ ଦିବସ ପାଳିତ
ଆଞ୍ଚଳିକ

ଭୁବନେଶ୍ୱର ଓକିଲ ସଂଘ ତରଫରୁ ଆଇନ୍‌ଜୀବୀ ଦିବସ ପାଳିତ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍‌ଜୀବୀ ଦିବସ’ ପାଳିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ମାନ୍ୟବର ଜଜ୍ ଚିତ୍ତ ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟତମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଭି. ନରସିଂହ, ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ମାନ୍ୟବର ଅଶୋକ କୁମାର ପରିଜା ଏବଂ ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ସମ୍ମାନିତ ଅତିଥି ଏବଂ ଯୋଗେଶ କୁମାର ସିଂ, ନେସନାଲ ଲ’ ୟୁନିଭରସିଟିରର ପ୍ରଧ୍ୟାପକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।

ଉତ୍ସବ ପ୍ରାରମ୍ଭରେ ମାନ୍ୟବର ଅତିଥିବୃନ୍ଦ ଓକିଲ ସଂଘ ପରିସର ମଧ୍ୟରେ ଥିବା ମଧୁବାବୁ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଉକ୍ତ ଉତ୍ସବରେ ୨୦ଜଣ ବରିଷ୍ଠ ଓକିଲଙ୍କୁ ମଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ୯ଜଣ ଆଇନ୍‌ଜୀବୀମାନଙ୍କୁ ଜନପ୍ରିୟ ଓକିଲ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୪୪ଜଣ ଆଇନ୍‌ଜୀବୀଙ୍କୁ ‘କୋଭିଡ଼ ୱାରିୟର’ ଭାବେ ପୁରସ୍କୃତ କରାଯାଇଥିଲା।

ଉକ୍ତ ଉତ୍ସବଟିକୁ ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ ପୌରହିତ୍ୟ କରିଥିଲେ। ସଂଘର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମଧୁବାବୁଙ୍କ ସ୍ମୃତିଚାରଣ କରି ମଧୁବାବୁଙ୍କୁ ଭାରତ ରତ୍ନ କହିଁକି ଦିଆନଯିବ ବୋଲି ଯୁକ୍ତି ବାଢିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କିଶୋର ଦାସ, ଓ ବାର୍‌ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ୧୦୦ରୁ ଉର୍ଦ୍ଧ୍ୱ ଓକିଲ ଉପସ୍ଥିତ ଥିଲେ।

ପରିଶେଷରେ ଉପସଭାପତି ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବଟିକୁ ସଞ୍ଚାଳନ କରିଥିଲେ ଓକିଲ ସଂଘର ଦୁଇ ପୂର୍ବତନ ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ ଏବଂ ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ।

ଉତ୍କଳ ଗୌରବ ମଧୁସୂଦନ ଦାସ ଭୁବନେଶ୍ୱର ଓକିଲ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026
Latest News

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.