Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢ଼ାଖୋଲ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ଆଞ୍ଚଳିକ

ରେଢ଼ାଖୋଲ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

August 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ରେଢ଼ାଖୋଲ ଉପଖଣ୍ଡ  ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସର ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ରନାଥ ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ ମଞ୍ଚାସିନ ଥିଲେ। ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା କରାଯିବା ସହ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଗଣମାଧ୍ୟମ ପ୍ରତିନିଧି ମାନେ ସୁବିଧାରେ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଆଜି ସମୟର  ଯୁବ ସାମ୍ବାଦିକ ମାନେ  କିଭଳି ଭାବରେ ନିଜ ଲକ୍ଷ୍ମଣ ରେଖାରେ ରହି ସତ୍ୟ, ନିର୍ଭୁଲ ତଥ୍ୟ ଭିତ୍ତିକ ଖବର କେମିତି କରିବେ, ବର୍ଷକୁ ଛଅ ଟି ବୈଠକ କରିବାର ନିଷ୍ପତି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ନୂତନ ସଭ୍ୟ ଭାବରେ ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ, ସୁଧୀର ସୁନା, ଶ୍ରୀରାମ କର୍ଣ୍ଣ, ବିନୋଦ କୁମାର ସେଠୀ, ମଦନ ବେହେରା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝୀ ୭ ଜଣ ସାମ୍ବାଦିକ  ସଭ୍ୟପଦ ଗ୍ରହଣ କଲେ।

ସମସ୍ତ ନୂତନ ସଭ୍ୟଙ୍କୁ ସଂଘ ପକ୍ଷରୁ ଶୁଭେଛା ଜଣାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ସାମ୍ବାଦିକ ଶରତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ରଶ୍ମିତା ରାଉତ, ତପନ ବିଶ୍ଵାଳ, ସରୋଜ ସାହୁ, ସୁଶାନ୍ତ ନାଗ, ଅନୀଲ ପୃଷ୍ଟି, ସରୋଜ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉଭୟ ନାକଟିଦେଉଳ, ରେଢ଼ାଖୋଲ ବ୍ଲକ ଓ ଏନ୍ଏସି ର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

କାର୍ଯ୍ୟକାରିଣୀ ବୈଠକ ରେଢାଖୋଲ ସାମ୍ବାଦିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Latest News

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.