Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିର ଆୟୋଜିତ
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିର ଆୟୋଜିତ

September 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଭୂବନେଶ୍ବର ଆପୋଲୋ ହସ୍ପିଟାଲ ସହାୟତାରେ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ଡାକ୍ତର ପ୍ରତ୍ୟୁଶ ପୁଲକ ନାୟକ ଏବଂ ସହଯୋଗୀ ମାନଙ୍କ ଦ୍ବାରା ସ୍ଥନୀୟ ଏଜୁ କେୟାର ବିଦ୍ୟାଳୟ, ବାଣପୁର ପରିସରରେ ନିଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୧୭୦ ଜଣଙ୍କର ହୃଦରୋଗ ନିରୂପଣ କରିବା ସହିତ ଇ ସି ଜି, ବ୍ଳଡ ପ୍ରେସର, ବ୍ଳଡ ସୁଗାର ଇତ୍ୟାଦି ପରୀକ୍ଷା କରାଯାଇଥିଲା। ଡାକ୍ତର ପଟ୍ଟନାୟକଙ୍କର ହୃଦରୋଗ ସମ୍ବନ୍ଧୀୟ ଉଚ୍ଚକୋଟୀର ପରାମର୍ଶ ଦ୍ବାରା ବହୁ ବ୍ୟକ୍ତି ଆନନ୍ଦ ପ୍ରକାଶ କରିଥିଲେ।

କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର ତଥା କ୍ଳବର ପ୍ରାକ୍ତନ ସଭାପତି ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମପ୍ରକାଶ ଆଗ୍ରୱାଲ, ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଅଶୋକ କୁମାର ପାତ୍ର, ଜଗଦୀଶ ପ୍ରସାଦ ଲାଖୋଟିଆଙ୍କ ସମେତ ସଭ୍ୟ ବିପ୍ଳବ କୁମାର ମୂଦୁଲି, ରବୀନ୍ଦ୍ରନାଥ ପ୍ରଧାନ, ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ଅଶୋକ କୁମାର ନାୟକ ଏବଂ ଏଜୁ କେୟାର ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୂଖ ଶିବିର ପରିଚାଳନା କରିଥିଲେ।

କ୍ଳବର ଏହି ପରି ସମାଜ ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଡାକ୍ତର ସୂରେନ୍ଦ୍ରନାଥ ପାତ୍ର, ବାଣପୁର ଏନ ଏ ସି ଚେୟାରମ୍ୟାନ ମିଟୁ ନାୟକ ତଥା ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।

ଆପୋଲୋ ହସ୍ପିଟାଲ ବାଣପୁର-ବାଲୁଗାଁ ଭୂବନେଶ୍ବର ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

September 25, 2026

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ସର୍ବଣା ବିବେକ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.