Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ଚିଲିକାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ ହୋଇସାରିଛି। ଆସନ୍ତା ୨୮ ତାରିଖରେ ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଅହିଂସା ରଥ ଆସିବାର କାର୍ଯ୍ୟକ୍ରମ ରହିଛି। ଯାହାକି ଉକ୍ତ ରଥ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରେ ଭ୍ରମଣ କରିବ। ଏହି ରଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଦ ଚିହ୍ନ ପଡିଥିବା ବିଭିନ୍ନ ଐତିହସ୍ଥାନଗୁଡ଼ିକ ଭ୍ରମଣ କରିବାକୁ ଥିବାବେଳେ ଉକ୍ତ ରଥକୁ ଭବ୍ୟ ସ୍ୱାଗତ ଜଣାଇବାକୁ ଆଜି ଚିଲିକା ବ୍ଲକ ସଭାଗୃହରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଆସୁଥିବା ଉକ୍ତ ରଥଟି ଗଞ୍ଜାମ-ଖୋର୍ଦ୍ଧା ସୀମା ତଥା ବାଲୁଗାଁରେ ପହଁଚିବା କ୍ଷଣି ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାକୁ ବ୍ଲକ ଅଧିକାରୀ, ଏନଏସି ଅଧ୍ୟକ୍ଷା, କାଉନସିଲର, ସ୍ବେଚ୍ଛାସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ମେଡିକାଲ କର୍ତ୍ତୁପକ୍ଷ, ଆଶା ଓ ଅଙ୍ଗନବାଡି କର୍ମୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ବୈଠକରେ ସ୍ଥିର ହୋଇଥିବାର ଜଣାପଡିଛି।

ଅନୁଷ୍ଠିତ ବୈଠକରେ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ସିଡିପିଓ ଅନୁସୁୟା ମିଶ୍ର ଆଦି ଯୋଗଦେଇଥିଲେ। ବୈଠକ ସରିବା ପରେ ସମସ୍ତ ଅଧିକାରି ମାନେ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ରଥ ନିମନ୍ତେ ସମ୍ବର୍ଦ୍ଧନା ସ୍ଥଳ ନିରୂପଣ କରିଥିଲେ। ଏହି ସମୟରେ ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟ କୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଅହିଂସା ରଥ ଚିଲିକା ପ୍ରସ୍ତୁତି ବୈଠକ ସ୍ୱାଗତ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026

ରେଢ଼ାଖୋଲର ହାତୀଧାରା ଜଙ୍ଗଲରେ ମିଳିଲା ପ୍ରାଚୀନ ଶୈଳଚିତ୍ର ଏବଂ ପ୍ରସ୍ତର ଉପକରଣ

May 29, 2026

ଅତିରିକ୍ତ ଗ୍ରୀଷ୍ମକାଳୀନ ଭିଡ଼ ନିୟନ୍ତ୍ରଣ: ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟାରେ ବୃଦ୍ଧି

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.