Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ
ଆଞ୍ଚଳିକ

ବାଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେଏନପି ପ୍ଲସ ଓଡିଶା, ଓଏସଏସିଏସ ଏବଂ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ଥିମ ଥିଲା ‘ଇକ୍ୱାଲାଇଜ’ ଅର୍ଥାତ୍ ସମାନତା। ଏଚଆଇଭି ଆକ୍ରାନ୍ତମାନଙ୍କୁ ସମାଜରେ ସମାନତା ର ଅଧିକାର ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।

ଏହି ଅବସରରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ଏକ ଏଡସ ସଚେତନତା ଶୋଭାଯାତ୍ରା ମା’ ଭଗବତୀଙ୍କ ମନ୍ଦିର ଠାରୁ ବାହାରି ବାଣପୁର ବଜାର, ଐତିହାସିକ ପଲଟନ ପଡିଆ, ଗ୍ରାମୀଣ ଚିକିତ୍ସାଳୟ ଏବଂ ବାଣପୁର ବ୍ଲକ ଅତିକ୍ରମ କରି ପରିଶେଷରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପହଞ୍ଚିଥିଲା। ଏହାକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଉପଲକ୍ଷେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଯୁବ ରେଡ୍ କ୍ରସ୍ ଅଧିକାରୀ ସର୍ବେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ଅନ୍ୟତମ ଅତିଥି ଭାବେ ଓଏସଏସିଏସ ତରଫରୁ ଜିଆଇପିଏ ର ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର, ରାକେଶ କୁମାର ମହାପାତ୍ର, କେଏନପି ପ୍ଲସ ଓଡିଶାର ସଭାନେତ୍ରୀ ପ୍ରଭାସିନୀ ପ୍ରଧାନ, ଭିଆଇଏଚଏଏଏନ ପ୍ରକଳ୍ପ ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା, ବାଣପୁର ଗୋଷ୍ଠୀ କେନ୍ଦ୍ର ଅଧିକାରୀ ଡ଼ାଃ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଜିର ଦିବସର ଅନୁଚିନ୍ତା ସମ୍ପର୍କରେ ମତାମତ ପ୍ରଦାନ ରଖିଥିଲେ।

ଏହାପରେ କୁଇଜ୍, ଆର୍ଟ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା।

ସଭାଶେଷରେ ଲିଙ୍କ ୱାର୍କର ସ୍କିମ (ଏଲଡବ୍ଲୁଏସ) ପ୍ରକଳ୍ପ, କେଏନପି ପ୍ଲସ ଓଡିଶାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶଶିକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, ଡ଼ିଇଓ ଶିବଶଙ୍କର ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅଶୋକ ବେହେରା, ଏଲଡବ୍ଲୁଏସ ପକ୍ଷରୁ ଚନ୍ଦନ କୁମାର ଦାସ, ସୁବ୍ରତ କୁମାର ସ୍ବାଇଁ, ସ୍ଵର୍ଣ୍ଣଲତା ଦାସ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର ବିଶ୍ୱ ଏଡ଼ସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.