ନିରାକାରପୁର: ଏଟିଏମ ଲୁଟେରାକୁ ଧରିଲା ପୋଲିସ

Published: Jan 4, 2023, 10:35 pm IST
NirakarpurPS

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଜଣେ ଏଟିଏମ ଲୁଟେରା କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ଜଣକ ପୁରୀ ଜିଲା ଆରୋଡା ଗ୍ରାମର କୈଳାସ ଚନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି। ସୂଚନା ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ନନପଡା ଗ୍ରାମର ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ଏକ ଏଟିଏମ କାର୍ଡ ହଜି ଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଏଟିଏମ ମିଳିନଥିଲା।

ଲୁଟେରା ଜଣଙ୍କ ଏଟିଏମ କାର୍ଡ ଯୋଗେ ବିଭିନ୍ନ ସ୍ଥାନରୁ ସପିଂ କରି ଚୋରି ଏଟିଏମ ରୁ ସମୁଦାୟ ୭୦ହଜାର ଟଙ୍କା ଉଠାଇଥିଲେ। ଏନେଇ ଲକ୍ଷ୍ମୀକାନ୍ତ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୋଲିସ କେସ ନମ୍ବର 205/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ତଦନ୍ତ କରି ଲୁଟେରା କୈଳାସ ଚନ୍ଦ୍ର ସ୍ୱାଇଁକୁ ଆଜି ଗିରଫ କରି ତାଙ୍କ ନିକଟରୁ ୭୦ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି।ତେବେ କୈଳାସଙ୍କ ନାମରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ପୁର୍ବରୁ ଅନେକ ମାମଲା ଥିବା ପୋଲିସ ସୂଚନାରୁ ଜଣାପଡିଛି।

Related posts