Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବଢୁଛି ଏଟିଏମ କାର୍ଡ ଠକେଇ: ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି
ଆଞ୍ଚଳିକ

ବାଣପୁରରେ ବଢୁଛି ଏଟିଏମ କାର୍ଡ ଠକେଇ: ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଟିଏମ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରାମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ଉକ୍ତ ଲୁଟେରାମାନେ ସଜାଗ ରହୁଛନ୍ତି  ଏବଂ ଅନଭିଜ୍ଞ ଜନସାଧାରଣଙ୍କୁ ଦେଖି ଟଙ୍କା ଲୁଟୁଛନ୍ତି। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି। ତେବେ ଆଜି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ବାଣପୁର ଥାନା ସାନହନ୍ତୁଆଡ଼ ଗ୍ରାମର ନାରାୟଣ ବିଶ୍ୱାଳ ଗୁରୁବାର ସକାଳେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଯାଞ୍ଚ ପାଇଁ ପତ୍ନୀଙ୍କ ଏଟିଏମ କାର୍ଡ ଧରି ଯାଇଥିଲେ। ତେବେ ନାରାୟଣ ଏଟିଏମ ମେସିନରୁ ଟଙ୍କା ଯାଞ୍ଚ କରିବା ନିମନ୍ତେ ପ୍ରକ୍ରିୟା ବିଷୟରେ ଅନଭିଜ୍ଞ ଥିବାରୁ ପୁର୍ବରୁ ସେଠାରେ ଉପସ୍ଥିତ ଥିବା ଏକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲେ। ଏହାର ଫାଇଦା ନେଇ ଦୁର୍ବୁତ୍ତ ଜଣକ ପରସ୍ପରଙ୍କ ଏଟିଏମ କାର୍ଡ କୁ ଅଦଳବଦଳ କରିଦେଇଥିଲେ।

ପରବର୍ତ୍ତୀ ସମୟରେ ନାରାୟଣଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା କଟିଥିବାର ଜାଣିବାକୁ ପାଇ ଆଜି ଥାନାରେ ଏତଲା ଦେଇଛନ୍ତି। ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ତେବେ ବ୍ୟାଙ୍କ ପରିସରରେ ଥିବା ଏଟିଏମ କେନ୍ଦ୍ର ଗୁଡ଼ିକରେ ସିକ୍ୟୁରିଟି ଗାର୍ଡ ରହୁଥିବା ବେଳେ ଅନ୍ୟ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ସିକ୍ୟୁରିଟି ଗାର୍ଡ ରହୁନାହାନ୍ତି ଏବଂ ସେ ସବୁ ଏଟିଏମ ମଧ୍ୟ ସ୍ଥାନୀୟ ବ୍ୟାଙ୍କ ଅଧୀନରେ ଆସୁନାହିଁ। ଫଳରେ ଲୁଟର ଶିକାର ହେଉଥିବା ପୀଡ଼ିତ ମାନେ ନିକଟସ୍ଥ ବ୍ୟାଙ୍କକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ।

ବାଣପୁରରେ ବାରମ୍ବାର ଏପରି ଘଟଣା ଘଟୁଥୁବା ବେଳେ ବହୁ ବରିଷ୍ଠ ନାଗରିକ ଏବଂ ଅନଭିଜ୍ଞ ବ୍ୟକ୍ତି ମାନେ ଲୁଟର ଶିକାର ହେଉଛନ୍ତି। ତେବେ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ପୋଲିସ ସୁରକ୍ଷା ଯୋଗାଇବା ସମ୍ଭବ ନହେଲେବି ଲଗାତାର ପାଟ୍ରୋଲିଂ ସହିତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବାଣପୁର ଆଇଆଇସି ଏବଂ ବାଲୁଗାଁ ଏସଡିପିଓ ଙ୍କ ନିକଟରେ ଜନସାଧାରଣ ମାନେ ଦାବି କରିଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.