ବାଣପୁର: ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମଦିନ ଅବସରରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଛି। ସମଗ୍ର ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ନିମନ୍ତେ ପୂଜାର୍ଚନା ଜାରି ରଖିଥିବା ବେଳେ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ମା’ ଭଗବତୀ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ ନିମନ୍ତେ ପ୍ରାର୍ଥନା କରିଛନ୍ତି ବିଜେପି କାର୍ଯ୍ୟକର୍ତା ଓ ଜନସାଧାରଣ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସଫଳ ନେତୃତ୍ୱରେ ଭାରତବର୍ଷ ସଫଳତାର ଶିଖର ଛୁଇଁଥିବା ପ୍ରକାଶ କରିଥିଲେ କର୍ମକର୍ତ୍ତାମାନେ। ଉକ୍ତ କାର୍ଯ୍ୟକ୍ରମରେ ନଗର ମଣ୍ଡଳ ପ୍ରଭାରୀ ରାଜକିଶୋର ପଣ୍ଡା, ବରିଷ୍ଠ ସଂଗଠକ ନନ୍ଦକିଶୋର ମିଶ୍ର, ପୂର୍ବତନ ନଗରପାଳ ସହଦେଵ ନାୟକ, କାଉନସିଲର ଅଭିମନ୍ୟୁ ପ୍ରଧାନ, ମନେନ୍ଦ୍ର ଦାସ, ଭବାନୀ ସୁପକାର, ସଞ୍ଜୟ ସୁପକାର, ସୁଧାକର ଭୋପା,ଭଗବାନ ପ୍ରଧାନ, ରବି ମାର୍ଥା,ସୁକାନ୍ତ ସାହୁ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।


