ବାଣପୁର: ବାଣପୁର ନିକଟସ୍ଥ ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଉପଲକ୍ଷେ “ଗଣେଶ ଗୀତିନାଟ୍ୟ” ସତ୍ୟ ନାରାୟଣ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ବିଜେପିର ଯୁବ ସଂଗଠକ ଦେବୀ ପ୍ରସାଦ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ସମାଜସେବୀ ସୁକାନ୍ତ କୁମାର ସାହୁ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଗ୍ରାମର ସିଧୁ, ସିପୁ, କୁନା, ପବିତ୍ର, ଭୋଳା, ମାନସ, ଚନ୍ଦୁ, ପ୍ରଭାତ, ଅଜୟ ପ୍ରଭୁତି ଯୁବକମାନେ ସହଯୋଗ କରିଥିଲେ। ପରିଶେଷରେ ଗ୍ରାମର କାଉନସିଲର ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


