Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାତପଡ଼ା: ଦ୍ୱାରକାଧିଶ ଓ ସପ୍ତଋଷି ବିଗ୍ରହ ପ୍ରତିଷ୍ଠା
ଆଞ୍ଚଳିକ

ସାତପଡ଼ା: ଦ୍ୱାରକାଧିଶ ଓ ସପ୍ତଋଷି ବିଗ୍ରହ ପ୍ରତିଷ୍ଠା

March 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାତପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ ସିପିନାସୀ ଠାରେ ଦ୍ୱାରିକାଧିଶ ଓ ସପ୍ତଋଷି ବିଗ୍ରହ ସ୍ଥାପନା କରାଯାଇଛି। ପ୍ରଥମ ଦିନ ଅଙ୍କୁରାରୋପଣ, ଧ୍ୟାନିଧିବାସ, ହୋଇଥିବା ବେଳେ ଦ୍ୱିତୀୟ ଦିନ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, ତୃତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା ଓ ବିଗ୍ରହ ନଗର ପରିକ୍ରମା ହୋଇଥିବା ବେଳେ ଶେଷ ଦିନରେ ବିଗ୍ରହ ପ୍ରତିଷ୍ଠା, ପୂର୍ଣ୍ଣାହୁତି ହୋଇଛି। ତ୍ରିଦିବସୀୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କର୍ତ୍ତାକର୍ତ୍ତୀ ଭାବେ ଜଳନ୍ଧର ଜାଲି ଓ ଅନିତା ଜାଲି ପୂଜା କାର୍ଯ୍ୟ କରିଥିଲେ। ମୁଖ୍ୟ ବ୍ରାହ୍ମଣ ଆର୍ତ୍ତବନ୍ଧୁ ମିଶ୍ରଙ୍କ ସମେତ ୫ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା। ଏଥିରେ ଗ୍ରାମର ରମେଶ କରଣ, ନିରଞ୍ଜନ ଜାଲି, ପ୍ରକାଶ ସାହୁ, ଦେବେନ୍ଦ୍ର ଜାଲି, ସୁରଥ କରଣ, ସନାତନ ନାଏକ, ପବିତ୍ର ଦାସ, ଶ୍ରୀବତ୍ସ ନାଏକଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ମାଳିକା ବର୍ଣ୍ଣିତ ଦେବଭୂମି ଦ୍ୱାରିକାରେ ପ୍ରାୟ ଶତାଧିକ ମହାଋଷି ନିଷିଦ୍ଧ ରାତ୍ରିରେ ମହାପ୍ରଭୁ ଜଗନ୍ନାଥ, ଦ୍ୱାରିକା ଅଧିପତି ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଦର୍ଶନରେ ଆସିଥିବା ଉଲ୍ଲେଖ ଅଛି।

୧୬୧୧ ମସିହାରେ ଶ୍ରୀମନ୍ଦିର ମାଦଳା ମାଳାରୁ ବର୍ଣ୍ଣିତ ଓଡ଼ିଶା ଶାସନର ମହାପ୍ରତାପ ମହାପରାକ୍ରମୀ ସୁବେଦାର କଲ୍ୟାଣ ମଲ୍ଲ ପ୍ରଥମ ଆକ୍ରମଣ ବିଚକ୍ଷଣତା ଭାବେ ଅଚାନକ ଦୃଷ୍ଟିପାତ କଲା ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିର ସେବକଙ୍କ ଦ୍ୱାର ବିଗ୍ରହମାନଙ୍କୁ ଦୋବନ୍ଧା ଘାଟରେ ଋପ ଦ୍ୱାରା ଚିଲିକାର ଗମ୍ଭାରିଟୁଆ ପୋଢ଼ାଡ଼ି ଦେଇ ମଏଁଷା ନାସିରେ ପହଞ୍ଚିଥିଲେ।

ସେଠାରେ ଚକା ପଥର ଥିବାରୁ ନାମଟି ତା’ର ଚକାନାସି ନାମରେ ନାମିତ କରାଯାଇଛି। ମଏଁଷା ଗ୍ରାମର ସର୍ବେଶ୍ୱର ମନ୍ଦିରରେ ୯ ଦିନ ଯାତ୍ରାରେ ରହିଥିଲେ ବୋଲି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ବର୍ଗ ସୂଚନା ଦେଇଛନ୍ତି।

ଶେଷଦିନରେ ସ୍ଥାନୀୟ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପୂର୍ଣ୍ଣାହୁତିରେ ସାମିଲ ହେବା ସହ ନବ ବିଗ୍ରହଙ୍କ ଆଶିଷ ଗ୍ରହଣ କରିଥିଲେ।

ପୁରୀ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026

ମାତ୍ର ୪୮ ଘଣ୍ଟା ମଧ୍ୟରେ ରକେଟ ଭଳି ଉଠିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 22, 2026

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.