Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?

March 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବ୍ଲକ ଅଧ୍ୟକ୍ଷ କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ଅଫିସକୁ ପାଛୋଟି ନେଲେ?

ସୀତାରାମ ଅଗ୍ରୱାଲ

ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ ସ୍ବାଗତ କରି ପାଛୋଟି ନେଉଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ଖେଳ କଣ ବୋଲି ପ୍ରଶ୍ନ ଉଠିଛି।

ପ୍ରକୃତରେ ଦେଖିବାକୁ ଗଲେ କୌଣସି ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା କିଛି ଭୁଲ କଥା ନୁହେଁ। ହେଲେ ଗତବର୍ଷ ସେହି ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ପଲଟନ ପଡିଆରେ ବିଜେଡି ବିଜେପି ମଧ୍ୟରେ ଯେଉଁ ମାଡିପିଟି ହୋଇଥିଲା ତାହା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଘଟଣା ପରେ ବିଜେଡି ନେତା ରଘୁଙ୍କୁ ବିଜେପି ନେତା ସ୍ବାଗତ କରିବା ବାଣପୁରବାସୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଅନ୍ୟପକ୍ଷରେ ରଘୁ ସାହୁ ବର୍ତ୍ତମାନ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କୁ ସରକାର ଭାବେ ସ୍ବାଗତ କରିବାର କିଛି କାରଣ ମଧ୍ୟ ନାହିଁ।

ଏ ସବୁ ଦୃଷ୍ଟିରୁ ରଘୁଙ୍କୁ କୌଣସି ପ୍ରକାରରେ ସ୍ବାଗତ କରିବାର ଆବଶ୍ୟକ ନ ଥିବା ବେଳେ ଅମରେନ୍ଦ୍ର କାହିଁକି ଏପରି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଏପରି ସ୍ବାଗତ କରିବା ପାଇଁ ବିଜେପିର ଉପର ସ୍ତରରୁ ନିଶ୍ଚିତ ନିର୍ଦ୍ଦେଶ ରହିଥିବ ବୋଲି ଅନୁମାନ କରାଯାଉଛି। କାରଣ ବିନା ଦଳିୟ ନିର୍ଦ୍ଦେଶରେ ଅମରେନ୍ଦ୍ର କେବେ ବି ବିଜେଡି ନେତାଙ୍କୁ ସ୍ବାଗତ କରି ପାରିବେ ନାହିଁ। ସେଥିପାଇଁ ବିଜେଡିରୁ ଏକଘରକିଆ ହୋଇଥିବା ରଘୁ ସାହୁ କଣ ବିଜେପିରେ ଯୋଗ ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

ଅମରେନ୍ଦ୍ର ରଣସିଂହ ବାଣପୁର ବ୍ଲକ ବାଣପୁର ବ୍ଲକ ଅଧ୍ୟକ୍ଷ ରଘୁ ସାହୁ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.