Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ଆଦର୍ଶ ଶିକ୍ଷୟତ୍ରୀଙ୍କ ସ୍ମୃତି ଚାରଣ ସଭା
ଆଞ୍ଚଳିକ

ରଣପୁର: ଆଦର୍ଶ ଶିକ୍ଷୟତ୍ରୀଙ୍କ ସ୍ମୃତି ଚାରଣ ସଭା

April 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମାର୍ଥା ପଦର ଗ୍ରାମରେ ଆଦର୍ଶ ଶିକ୍ଷୟତ୍ରୀ ସ୍ବର୍ଗତ ସଂଯୁକ୍ତା ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଶେଷ ଅତିଥି ଭାବେ ପ୍ରଭାତ କୁମାର ଦଳବେହେରା, ସ୍ଥାନୀୟ କାଉନସିଲର ରମାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ଏକ୍ସ କ୍ୟାଡର ଓ ଗଣ ଶିକ୍ଷକ ସଙ୍ଘର ନୟାଗଡ ବ୍ଲକ କର୍ମ କର୍ତ୍ତା ସନ୍ତୋଷ କୁମାର ପଣ୍ଡା, ଭଗବାନ ପଣ୍ଡା, ବୈଷ୍ଣବ ଚରଣ ମହାନ୍ତି, ଶିବ ନାୟକ, ବିଜୟ ସାହୁ, ନୟାଗଡ଼ ଜିଲ୍ଲା କର୍ମକର୍ତ୍ତା ପବିତ୍ର ପ୍ରଧାନ, ନରସିଂହପୁର ସି.ଆର.ସି.ସି. ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସୁଶିଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ। ପ୍ରକାଶ ଚନ୍ଦ୍ର ରଣହାନ୍ଦୋଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ବର୍ଗତ ସଂଯୁକ୍ତା ପ୍ରଧାନ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଥିଲେ। ସେ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ କରିବା ସହିତ ପିଲାମାନଙ୍କ ସୁଖ ଦୁଃଖ ବୁଝିବା ସହ ପିଲାମାନଙ୍କୁ ଅତି ସରଳ ଧାରାରେ ପାଠ ପଢାଉ ଥିଲେ। ସେ ପିଲାମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ।

ସେ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୨୦୨୩ ମସିହା ଏପ୍ରିଲ ମାସ ୬ ତାରିଖରେ ସେ ଧରା ପୃଷ୍ଠରୁ ବିଦାୟ ନେଇଥିଲେ। ମୃତ୍ୟୁ ବେଳକୁ ସେ ଆରଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ସଙ୍ଘର ସମ୍ପାଦକ କୁଳମଣି ପଟ୍ଟନାୟକଙ୍କ ସହ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ବର୍ଗତ ଶିକ୍ଷୟତ୍ରୀଙ୍କ ଗୁଣ କରିବା ସହ ଦୁଃଖରେ ମ୍ରିୟମାଣ ହୋଇ ପଡିଥିଲେ। ସ୍ବର୍ଗତ ଶିକ୍ଷୟତ୍ରୀଙ୍କ ଦୁଇ ଜଣ ଝିଅ ଓ ଏକମାତ୍ର ପୁଅ ଅଛନ୍ତି। ଶିକ୍ଷକ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ଼ ଜିଲ୍ଲା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.