Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧନା

May 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ତଥା ସାୟୋନାରା କାର୍ଯ୍ୟକ୍ରମରେ ଦର୍ଶନ ବିଭାଗର ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନା ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ମୁଖ୍ୟ ଅତିଥି ଓ ଅଧ୍ୟାପକ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୈକ୍ଷିକ ଜୀବନରେ ନିଷ୍ଠା, ଅଧ୍ୟବସାୟ ଓ ପ୍ରତିବଦ୍ଧତା ମାଧ୍ୟମରେ ସବୁ ସଫଳତାକୁ ହାସଲ କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ପ୍ରାକ୍ତନ ଛାତ୍ରୀ ତଥା ସ୍ଥାନୀୟ ଛେଡ଼ାପଦର ଗ୍ରାମର ଜୟଦେବ ଜାଲିଙ୍କ କନ୍ୟା ସୁଶ୍ରୀ ଦେବସ୍ମିନୀ ଜାଲି ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଚଳିତ ବର୍ଷ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ପ୍ରଫେସର ଯୋଗ୍ୟତା ପରୀକ୍ଷା (ସେଟ ), ସର୍ବ ଭାରତୀୟ ଆସିଷ୍ଟାଣ୍ଟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ସର୍ବ ଭାରତୀୟ ଉଚ୍ଚତ୍ତର ଗବେଷଣା ପରୀକ୍ଷା (ଗେଟ )ରେ କୃତିତ୍ୱ ଅର୍ଜନ କରି ବାଲୁଗାଁ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଗାରିମା ଵୃଦ୍ଧି କରିଥିବାରୁ ଦର୍ଶନ ବିଭାଗ ପକ୍ଷରୁ ତାଙ୍କୁ ଉପଢୌଙ୍କନ, ପ୍ରଶସ୍ତି ପତ୍ର ସମେତ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅତିଥିମାନେ ପ୍ରଦାନ କରିଥିଲେ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ତାଙ୍କ ଶୈକ୍ଷିକ ପ୍ରକ୍ରିୟାକୁ ଅନୁପ୍ରାଣିତ କରିବା ସହ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହିତ କରିବ ବୋଲି ଦେବସ୍ମିନୀ ବକ୍ତବ୍ୟ ଦେଇଥିଲେ।

ପ୍ରକାଶ ଥାଉକି ଏକ ସାଙ୍ଗରେ ସେଟ, ନେଟ ଓ ଗେଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବାରେ ଦେବସ୍ମିନୀ ଜାଲି ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଅଂଚଳରେ ପ୍ରଥମ ଛାତ୍ରୀ। ଏହି ଅବସରରେ ମେଧାବୀ ଛାତ୍ରୀ ଅର୍ଚ୍ଚିତା ଜେନା, ଅଙ୍କିତା ବାରିକି ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବର୍ଷା ବିଷୋୟୀ ପରିଚାଳନା କରିଥିଲେ।

ଦର୍ଶନ ବିଭାଗ ବାଲୁଗାଁ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ

July 19, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ନ୍ୟୁୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଲା ସୋନମ ୱାଙ୍ଗଚୁକଙ୍କ ପାଇଁ ପ୍ରତିବାଦ

July 22, 2026

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.