Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡି ଜଣେ ଗୁରୁତର, ଭାଙ୍ଗିଲା ଘର
ଆଞ୍ଚଳିକ

ବାଣପୁରରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡି ଜଣେ ଗୁରୁତର, ଭାଙ୍ଗିଲା ଘର

May 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିବା ଖବର ହସ୍ତଗତ ହୋଇଛି। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି।

ଖବର ପାଇ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ସାହୁ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଆହତ ସୁରଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଖବରପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଓ ଟିମ ଘଟଣାସ୍ଥଳରେ ପହଂଚି ଘର ଉପରେ ପଡ଼ିଥିବା ଗଛକୁ ହଟାଇଥିବା ଜଣାଯାଇଛି। ତୁରନ୍ତ ଘର ମରାମତି ପାଇଁ ସରକାରୀ ଆର୍ଥିକ ସାହାଯ୍ୟ ପାଇଁ ସରପଞ୍ଚଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ଅନୁରୂପ ଭାବେ ନୀଳାଦ୍ରି ବାଣପୁର ମୁଖ୍ୟ ରାସ୍ତାରେ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଏକାଧିକ ବିଶାଳକାୟ ବୃକ୍ଷ କଟି ପଡିଥିବାର ଅଗ୍ନିଶମ ଅଧିକାରୀ ଶ୍ରୀ ଦାସ କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଗଛକଟା ଜାରି ରହିଥିବାର ଜଣାପଡିଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.