ବାଣପୁର ବ୍ଲକର ସବୁ ପଞ୍ଚାୟତରେ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମ

Published: Jun 9, 2023, 10:04 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୧୬ ତାରିଖ ଠାରୁ ମୋ ଘର ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଆବେଦନ ନିମନ୍ତେ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଜିଲ୍ଲା ଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ମୋ ଘର ଯୋଜନା ସମ୍ପର୍କରେ ସଚେତନ କରାଯାଉଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସମସ୍ତ ୧୭ ଗୋଟି ଗ୍ରାମ ପଞ୍ଚାୟତରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ପୃଥକ ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର, ସମସ୍ତ ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ସିଆରପି ଏମବିକେ ଯୋଗ ଦେଇଥିଲେ। ଏକଲକ୍ଷରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହରୁଣ ପାଇବାକୁ ଥିବା ମୋ ଘର ଯୋଜନାରେ ସରକାରଙ୍କ ନୀତି ନିୟମକୁ ବୈଠକରେ ବ୍ୟାଖ୍ୟା କରାଯାଇଥିଲା। ବାର୍ଷିକ ଆୟ ୨୫୦୦୦ ଟଙ୍କା ଠାରୁ ତଳକୁ ଥିବା ବ୍ୟକ୍ତି ମୋ ଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।

ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବ୍ୟକ୍ତି ୧୦ ବର୍ଷରେ ଉକ୍ତ ଋଣ ପରିଶୋଧ କରିପାରିବା ସହ ଏକଲକ୍ଷ୍ୟ ଟଙ୍କା ଋଣ କରିଥିବା ବ୍ୟକ୍ତିଙ୍କୁ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ମିଳବାର ବ୍ୟବସ୍ଥା ଥିବା ଜଣାପଡିଛି।

Related posts