Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ
ଆଞ୍ଚଳିକ

ପ୍ରତିଶ୍ରୁତି ପୂରଣ କଲେ ବାଲୁଗାଁ ଏନଏସି ଅଧ୍ୟକ୍ଷା: କୃତଜ୍ଞତା ଜଣାଇଲେ ୱାର୍ଡ ବାସୀ

June 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ୩ ନମ୍ବର ୱାର୍ଡ ସହିଦ କୃତିବାସ ନଗରରେ ପାନୀୟ ଜଳର ଘୋର ଅଭାବ ରହୁଥିଲା। ଏଥିପାଇଁ ୱାର୍ଡବାସୀ ଦୀର୍ଘ ବର୍ଷ ହେବ ବହୁ ହଇରାଣ ହରକତ ହେଉଥିଲେ। ଗତ ବର୍ଷ ହୋଇଥିବା ପୌର ନିର୍ବାଚନ ସମୟରେ ଉକ୍ତ ସମସ୍ୟାକୁ ୱାର୍ଡ ବାସୀମାନେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ନିର୍ବାଚନ ଜିତିଲେ ୩ ନମ୍ବର ୱାର୍ଡର ଉକ୍ତ ସମସ୍ୟାର ସମାଧାନ କରାଯିବା ନେଇ ବର୍ତ୍ତମାନର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ତେବେ ପ୍ରତିଶୃତି ମୁତାବକ ଆଜି ୩ ନମ୍ବର ୱାର୍ଡରେ ଉକ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଛି।  ସହିଦ କୃତିବାସ ନଗରରେ ପାନୀୟ ଜଳ ପାଇଁ ନୂଆ ପାଇପଲାଇନର ଶୁଭ ଉଦଘାଟନ କରାଯାଇଛି। ଅଧ୍ୟକ୍ଷା ଶ୍ରମତି ପାଇକରାୟଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ଏହାଦ୍ୱାରା ୱାର୍ଡ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ତେବେ ନିର୍ବାଚନ ଇସ୍ତାହାରକୁ ଗୁରୁତ୍ୱ ଦେଇ ମାତ୍ର ଏକ ବର୍ଷ ମଧ୍ୟରେ ଦୀର୍ଘ ବର୍ଷର ସମସ୍ୟା ଦୂର କରିଥିବାରୁ ଅଧ୍ୟକ୍ଷାଙ୍କୁ ୱାର୍ଡବାସୀ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସଂଗଠକ ସନ୍ତୋଷ ପାଇକରାୟଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଲକ୍ଷ୍ମୀଧର ସେଠି, ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ମମତା ପଣ୍ଡା, ସୁଜାତା ପଣ୍ଡା ଏବଂ ବିଧାୟକ ଓ ସାଂସଦ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

ନିର୍ବାଚନୀ ଇସ୍ତାହାର ପାନୀୟ ଜଳ ପୌର ନିର୍ବାଚନ ପ୍ରତିଶ୍ରୁତି ପୂରଣ ବାଲୁଗାଁ ଏନଏସି ସୁକାନ୍ତି ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ରାଜ୍ୟସଭାର ଏହି ପଦବୀରୁ ହଟିବେ ରାଘବ ଚଢା: ବଡ଼ ପଦକ୍ଷେପ ନେଲା ‘ଆପ’

April 2, 2026

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.