ସାବଧାନ!, ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ ଜାରି, ୫ ଗିରଫ

Published: Jun 13, 2023, 10:14 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲିଠାରୁ ରଜ ପର୍ବ ଆରମ୍ଭ ହେବାକୁ ଥିବାବେଳେ ଏବେଠାରୁ ଗାଁ ଗାଁ ରେ ମାତିଲେଣି ଜୁଆଡ଼ି। ଏହି ପରିପ୍ରେକ୍ଷୀରେ ପୋଲିସ ମଧ୍ୟ ସକ୍ରିୟ ହୋଇଉଠିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହଳନ୍ଦା ଓ ଚମ୍ପାଦେଇପୁର ଗ୍ରାମର ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରି ପାଞ୍ଚ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ତାସ ପାଲି, ମୋବଇଲ ଏବଂ ହଜାର ହଜାର ଟଙ୍କା ଜବତ କରିଛି ପୋଲିସ।

ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୨୩୧/୨୩ ଏବଂ ୨୩୨/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରିଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Related posts