Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳନ
ଆଞ୍ଚଳିକ

ବାଣପୁର: ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳନ

June 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସୁସ୍ଥ ସମାଜ ଗଠନ, ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇପାରୁଛି। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ ପାଳନ କରୁଛି ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ।

ଯୋଗ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ। ଯୋଗ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଯାହାକି ଅସମ୍ଭବକୁ ସମ୍ଭବରେ ପରିଣତ କରିବାରେ ସହାୟକ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆଜି ଜାତୀୟ ଆୟୁଷ ମିଶନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ପାଳନ କରାଯାଇଛି ନବମ ବିଶ୍ୱ ଯୋଗ ଦିବସ।

ଆଜିର ଏହି ଯୋଗ ମହୋତ୍ସବରେ ଭେଟେଶ୍ୱର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଯୋଗ ବୀର ଓ ଯୋଗ ବିରାଙ୍ଗନା ମାନେ ଅଂଶ ଗ୍ରହଣ କରି ଅତି ଉତ୍ସାହର ସହ ପାଳନ କରିଥିଲେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଉ

କ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ ଦେଇ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ।

ଚିକିତ୍ସାଳୟର ଡାକ୍ତର ଡ଼. ସ୍ନିଗ୍ଧାରାଣୀ ନାୟକ ଏହାକୁ ପରିଚାଳନା କରିଥିବା ବେଳେ କର୍ମଚାରୀ ନିଲୁ ବେହେରା ଓ ରତ୍ନାକର ବାରିକ ସହଯୋଗ କରିଥିଲେ। ଯୋଗାଚାର୍ଯ୍ୟ ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଚାଳନା କରି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ସରଳ ଭାବେ ବୁଝାଇବା ସହ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ।

ବାଣପୁର ଭେଟେଶ୍ଵର ଯୋଗ ଦିବସ ସୁସ୍ଥ ସମାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.