Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଭଗବତୀ ମନ୍ଦିରର ନିୟମ ଭାଙ୍ଗୁଛନ୍ତି ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀ: ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରର ନିୟମ ଭାଙ୍ଗୁଛନ୍ତି ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀ: ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଆସିଥାନ୍ତି।  ନିକଟରେ ଉକ୍ତ ମନ୍ଦିରକୁ ୫-ଟି ରେ ସାମିଲ କରାଯାଇଥିବା ବେଳେ ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଛି। ସାଧାରଣତଃ ମା’ ଭଗବତୀ ମନ୍ଦିରଟି ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଓମେଣ୍ଟ ଦ୍ୱାରା ପରିଚାଳିତ ହୋଇଥିବାବେଳେ ଉକ୍ତ ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ସମସ୍ତ ଦାଇତ୍ୱ ନ୍ୟସ୍ତ।

ତେବେ ଆଜି ଉକ୍ତ ମନ୍ଦିର ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନସିକତାକୁ ପଦାରେ ପକାଇଛି। ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଧିକ ଚପଲ ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଭକ୍ତଙ୍କ ପାଇଁ ଗୋଟେ ନିୟମ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଅଲଗା ନିୟମ କି? କାରଣ ଯେହେତୁ ମା’ ଭଗବତୀ ମନ୍ଦିର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ତେଣୁ ଏଠାରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ଏକାଧିକ ନିୟମ ଦେବୋତ୍ତର ବିଭାଗ ଜାରି କରିଛି।

ମନ୍ଦିର ମଧ୍ୟକୁ ଭକ୍ତଙ୍କ ଚପଲ ନିଷେଧ ଥିବାବେଳେ ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଯାହାକି ମନ୍ଦିର ପରିସରରେ ଅଛି ସେଠାରେ ଚପଲ ପ୍ରବେଶକୁ କିପରି ଅନୁମତି ମିଳିଛି? ଏ ଦୃଶ୍ୟ ସେଠାରେ ଦିନ ତମାମ ଦେଖିବାକୁ ମିଳୁଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ତିଳେ ହେଲେ ଖାତିର ନକରିବା ପରି ମନେ ହେଉଛି। ଯେଉଁ ମନ୍ଦିରକୁ ଭକ୍ତ ମାନେ ଖାଲି ପାଦରେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି ଉକ୍ତ ସମୟରେ ଦେବୋତ୍ତର ବିଭାଗ ଦ୍ୱାରା ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶକୁ ଭକ୍ତ ମାନେ ନାପସନ୍ଦ କରିଛନ୍ତି। ଏ ନେଇ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବା ସହ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏଣ୍ଡାଓମେଣ୍ଟ ସଭାପତି ତଥା ସ୍ଥାନୀୟ ତହସିଲଦାର ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ଖୋର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନରଙ୍କ ସମେତ ୫-ଟି ସଚିବଙ୍କୁ ବିଭିନ୍ନ ପ୍ରମାଣ ସହ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡିଛି।

କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.