Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଜାତୀୟ ଆୟୁର୍ବେଦ ଦିବସ ତଥା ଧନ୍ଵନ୍ତରୀ ଜୟନ୍ତୀ ପାଳିତ
ଆଞ୍ଚଳିକ

ବାଲୁଗାଁରେ ଜାତୀୟ ଆୟୁର୍ବେଦ ଦିବସ ତଥା ଧନ୍ଵନ୍ତରୀ ଜୟନ୍ତୀ ପାଳିତ

November 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଜାତୀୟ ଆୟୁର୍ବେଦ ଦିବସ ତଥା ଧନ୍ଵନ୍ତରୀ ଜୟନ୍ତୀ ପାଳିତ

ଭୁବନେଶ୍ବର: ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦିପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପୁରାତନ ଆୟୁର୍ବେଦିକ ପ୍ରତିଷ୍ଠାନ ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ପକ୍ଷରୁ ପାଳିତ ହୋଇ ଯାଇଛି।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ପାରମ୍ପରିକ ଭାବେ ଜୀବ ଜଗତ ଓ ପ୍ରାଣୀ ସମାଜ ର କଲ୍ୟାଣ ପାଇଁ ଭଗବାନ ଧନ୍ଵନ୍ତରୀ ଙ୍କୁ ପ୍ରିୟ ଔଷଧ ଵୃକ୍ଷ ରପୁଷ୍ପ ଘୃତ କୁମାରୀ ଅର୍ପଣ କରାଯାଇ ମଙ୍ଗଳ ଆଳତି,ପୂଜାର୍ଚ୍ଚନା, ସ୍ତୁତି ଗାନ,ହୋମ, ପୁରାତନ ଆୟୁର୍ବେଦିକ ଗ୍ରନ୍ଥ ଚରକ ସଂହିତା, ସୁଶୃତ ସଂହିତା, ଚକ୍ରଦତ୍ତ, ମାଧବ କର ନିଦାନ ଆଦି ବିରଳ ଗ୍ରନ୍ଥ ପୂଜା ସହିତ, ଆୟୁର୍ବେଦିକ ଶଲ୍ୟ ଉପକରଣ, ଔଷଧ ଆଦି କୁ ଆଚାର୍ଯ୍ୟ ଶରତ ଚନ୍ଦ୍ର ମିଶ୍ର ଙ୍କ ପୋୖରହିତ ରେ ପୂଜାର୍ଚ୍ଚନା କରାଯାଇଥିଲା।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆହୁତ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ ର ବାର୍ତ୍ତା “ସବୁଦିନ ସମସ୍ତଙ୍କ ପାଇଁ ଆୟୁର୍ବେଦ” (ଆୟୁର୍ବେଦ ଫର ଓୟାନ ହେଲଥ)ର ମୁଖ୍ୟ ଉଦେଶ୍ୟ ଆୟୁର୍ବେଦ ଦ୍ୱାରା ସୁସ୍ଥ ଓ ସୁଖ ମୟ ଜୀବନ ଧାରଣ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଙ୍କୁ ଅବଗତ କରାଯାଇଥିଲା। ଆମ୍ଭେମାନେ ବୃକ୍ଷଲତା ର ଔଷଧିୟ ତତ୍ୱ ସମ୍ପର୍କରେ ଅବଗତ ହେଲେ ତାକୁ ଠିକ ସମୟରେ ଉପଯୋଗ କରି ରୋଗ ମୁକ୍ତହେବା ଓ ବହୁ ଦିନ ପର୍ଯ୍ୟନ୍ତ ଆମେମାନେ ବଞ୍ଚିପାରିବା ସହିତ ସମସ୍ତ ପ୍ରାଣୀ ସମାଜ ,ପ୍ରକୃତି ଓ ପରିବେଶ କୁ ସୁରକ୍ଷା ଦେଇପାରିବା ବୋଲି ସମସ୍ତଙ୍କୁ ଅବଗତ କରାଯାଇଥିଲା।

ଡା ତ୍ରୈଲୋକ୍ୟ ନାଥ ମହାରଣା ଙ୍କ ପୌରହିତ୍ୟ କାର୍ଯ୍ୟକ୍ରମ ରେ ଆୟୁଷ ମେଡିକାଲ ଅଫିସର ଡା ଟୁନି ମହାରଣା ,ଡା ସୌରଭ ସୌମ୍ୟ ରଂଜନ ମହାରଣା,ଡା ସୌଭାଗ୍ୟ ମଞ୍ଜରୀ, ଆୟୁଷ ସ୍କଲାର ସୌମା ସୋନାଲି,ସ୍ଥାନୀୟ ବୁଦ୍ଧିଜୀବୀ ଦିଗାମ୍ବର ମହାପାତ୍ର, ସାମ୍ବାଦିକ ଭିକାରୀ ପ୍ରଧାନ, ଲାବଣ୍ୟ ଦେବୀ, କବିରାଜ କୃଷ୍ନ ଚନ୍ଦ୍ର ମହାରଣା, ସର୍ବେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠାତା କବିରାଜ ଗୋପୀନାଥ ମହାରଣାଙ୍କ ଲିଖିତ ଆୟୁର୍ବେଦ ସ୍ୱାସ୍ଥ୍ୟ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ରୋଗୀ ଓ ସାଧାରଣ ଜନତା ଭଗବାନ ଧନ୍ଵନ୍ତରୀ ଙ୍କ ଦର୍ଶନ କରି ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

ଡା ତ୍ରୈଲୋକ୍ୟ ନାଥ ମହାରଣା ଧନ୍ବନ୍ତରୀ ଜୟନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.