Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ

December 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ସଫଳତାର ସହିତ ସମାପନ ହୋଇଛି। ଆଙ୍କୁଲାଚଟୀ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ପଦଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ସହର ପରିକ୍ରମା କରି ସଚେତନତାର ବାର୍ତା ବାଣ୍ଟିଥିଲେ। ସମାଜ ସେବା କାର୍ଯକ୍ରମ ଅଧିକାରୀ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଙ୍କ ନେତୃତ୍ୱରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ହାତରେ ଗ୍ଲୋବ ଓ ମୁଁହ ରେ ମାସ୍କ ପରିଧାନ କରି ମନ୍ଦିର ପ୍ରାଙ୍ଗଣ, ଚତୁଃ ପାର୍ଶ୍ଵ ଓ ରାସ୍ତା ସଫା କରିଥିଲେ।

୨ୟ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରାଥମିକ ସହାୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଦସ୍ୟ ଅନନ୍ତ ଚରଣ ଖଟେଇ ଓ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ନିରଞ୍ଜନ ମିଶ୍ର ଓ ସାମାଜିକ କାର୍ଯକ୍ରମ ସହଯୋଗୀ ସଂଗ୍ରାମ କେଶରୀ ମିଶ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ସାମାଜିକ କାର୍ଯକ୍ରମର ସମସ୍ତ ସେବା ଓ ସଚେତନତା କାର୍ଯ୍ୟ ସଫଳତାର ସହିତ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.