Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

January 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

ଅର୍ପଣ ରଥ ଜୟ ଜଗନ୍ନାଥ ବାଣପୁର ବ୍ଲକ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025
Latest News

ଜାପାନରେ ଆଉ ଏକ ଭୟଙ୍କର ଭୂମିକମ୍ପ, ସୁନାମି ସତର୍କତା ଜାରି

November 9, 2025

ମହଙ୍ଗା ସାବ୍ୟସ୍ତ ହେଲା ଅଧିନାୟକ ରିଷଭ ପନ୍ତଙ୍କ ଭୁଲ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତ

November 9, 2025

ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର

November 9, 2025

କବି ତଥା ବିଜେପି ନେତା ଶଙ୍କର ପରିଡାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ହରିଚନ୍ଦନ

November 9, 2025

କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.