Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

January 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିଳୀମା ପ୍ରିୟଦର୍ଶିନୀ ଓଡ଼ିଆ କଳା ସାହିତ୍ୟ ସଂସ୍କୃତି ଓ ଇତିହାସ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ, ନୋଡାଲ ଅଫିସର ଅଧ୍ୟାପିକା ତୃପ୍ତି ରାଣୀ ସ୍ୱାଇଁ, ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା, ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା, ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଛାତ୍ର ଛାତ୍ରୀ ମାନେ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଆ କଳା, ସଂସ୍କୃତି ,ସାହିତ୍ୟ ଓ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ ଓ ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଫିସର ଡଃ ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।

ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ରେବତୀ, ମାଗୁଣି ର ଶଗଡ଼, ଶିକାର ଗଳ୍ପ ଉପରେ ପଥ ପ୍ରାନ୍ତ ନାଟକ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇ ଥିଲା। ଏହାର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଓଡ଼ିଆ ବିଭାଗ ର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ପ୍ରଦାନ କରିଥିଲେ।

ଆଲୋଚନା ଚକ୍ର ରେ ମାୟାଧର ମାନସିଂହ ଙ୍କ ‘ଧୂପ ‘ ର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହା ଅତିଥି, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା। ନାଟ୍ୟ ରୂପ ଗୁଡ଼ିକୁ ସଫଳ ରୂପ ଦେବାପାଇଁ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ଗୁରୁ କିଶୋର ନାୟକ , ଅଧ୍ୟାପକ ଦିବାକର ସାହୁ, ହର ପ୍ରସାଦ ରଥ ଓ ଦାଶରଥି ରାଉଳ ସହଯୋଗ କରିଥିଲେ।

ଆଲୋଚନା ଚକ୍ର ଇତିହାସ ଗୋଦାବରୀଶ ମହାବିଦ୍ୟାଳୟ ନୂଆ- ଓ କାର୍ଯ୍ୟକ୍ରମ ସାହିତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.