Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବୋରିଗାଁ ଗ୍ରାମରେ ମହା ଧୁମଧାମରେ ପାଳନ କଲେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
ଆଞ୍ଚଳିକ

ବାଣପୁର: ବୋରିଗାଁ ଗ୍ରାମରେ ମହା ଧୁମଧାମରେ ପାଳନ କଲେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

January 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଭାରତୀୟ ତଥା ଦେଶ ବାହାରେ ଥିବା ହିନ୍ଦୁମାନଙ୍କ ପାଇଁ ଏକ ଐତିହାସିକ ଦିନ ଥିଲା। ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟି ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ର ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇପଡିଥିଲା। ଦେଶର ପୁର ପଲ୍ଲୀରେ ଆଜି ଉତ୍ସବ ପାଳନ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମପଞ୍ଚାୟତର ବୋରିଗାଁ ଗ୍ରାମରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ମହା ସମାରୋହରେ ପାଳନ କରାଯାଇଥିଲା।

ଆଜି ସକାଳେ ଶ୍ରୀରାମଙ୍କ ଫଟୋ ଚିତ୍ରକୁ ଧରି ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଧ୍ୱନି ସହ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ଗ୍ରାମର ଇଷ୍ଟ ଦେବ ପ୍ରଭୁ ଶ୍ରୀରାଧାମୋହନ ଦେବଙ୍କ ମଣ୍ଡପରେ ସୁନ୍ଦରାକାଣ୍ଡ ପାଠ ଓ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ନିଜ ନିଜ ଘରେ ଝୋଟି ଚିତା ସହ ଦୀପ ଜାଳି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ତାପରେ ପୂର୍ବାହ୍ନ ୧୦ ଟାଠାରୁ ମଙ୍ଗଳ ମୂହୁର୍ତ୍ତ ୧୨ ଟା ୨୦ ମିନିଟ ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ନାମ କୀର୍ତ୍ତନ କରାଯାଇଥିଲା। ଏହି ସମୟରେ ଦୁଇଜଣ ସାଧୁ ମହାତ୍ମା ଆସି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରାମ ମୋହନ ଦାସଜୀ ମହାରାଜ ଉପସ୍ଥିତ ଥିଲେ। ସେମାନଙ୍କୁ ଗ୍ରାମ ମୁଣ୍ଡରୁ ସଙ୍କୀର୍ତ୍ତନ ମଣ୍ଡଳୀ ଯାଇ ସ୍ଵାଗତ କରି ଗ୍ରାମକୁ ପାଛୋଟି ଆଣିଥିଲେ।

ହରିବୋଲ ହୁଳହୁଳିରେ ଗ୍ରାମ ଦାଣ୍ଡ ଉଛୁଳି ପଡିଥିଲା। ଢୋଲ ଶଙ୍ଖ ଶବ୍ଦରେ ଦିଗ ବିଦିଗ ପ୍ରକମ୍ପିତ ହୋଇଉଠିଥିଲା। ଏହାପରେ ପଞ୍ଚାୟତର ସରପଞ୍ଚ ସାବିତ୍ରୀ ଭୋଳ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପଞ୍ଚାୟତ ସମିତି ସଭ୍ୟା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଜିତେନ୍ଦ୍ର କୁମାର ସାମନ୍ତରାୟଙ୍କ ସହ ପଞ୍ଚାୟତର ବହୁ ମାନଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ।

ସନ୍ଧ୍ୟାବେଳେ ଶ୍ରୀରାମ ଚନ୍ଦ୍ରଙ୍କ ଫଟୋ ଚିତ୍ରକୁ ଧରି ସଙ୍କୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ସମସ୍ତ ମହିଳା, ପୁରୁଷ ଓ ପିଲାମାନେ ନୂତନ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ କରିଥିଲେ। ଏଥିରେ ଗ୍ରାମର ଶ୍ରୀ ରାଧାମୋହନ ଦେବ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଯୁବକମାନେ ସହଯୋଗ କରିଥିଲେ।

ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ବାଣପୁର ବୋରିଗାଁ ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026

ଭେନେଜୁଏଲାରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ, କାରାକାସରେ ଭୟଙ୍କର କ୍ଷୟକ୍ଷତି

June 25, 2026

ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଅନୁଷ୍ଠିତ

June 25, 2026

ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ଓମ୍ଫେଡ୍ ସମ୍ବର୍ଦ୍ଧିତ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.