ବାଣପୁର: ରାସ୍ତା ଅବରୋଧ କରି ଘର ନିର୍ମାଣକୁ ବିରୋଧ, ମେଳି ବାନ୍ଧିଲେ ଗ୍ରାମବାସୀ

Published: Mar 22, 2024, 8:53 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଗ୍ରାମ ରାସ୍ତା ଅବରୋଧ କରି ଘର ନିର୍ମାଣ କରିବାକୁ ନେଇ ଗ୍ରାମବାସୀଙ୍କ ବିରୋଧ ହୋଇଛି। ଏନେଇ ଏକାଧିକ ଗ୍ରାମବାସୀ ତହସିଲଦାରଙ୍କ କାର୍ଯ୍ୟାଳୟରେ ମେଳି ବାନ୍ଧିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତ୍ତପୁର ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଆୟତ୍ତପୁର ଗ୍ରାମର ଜନୈକ ବ୍ୟକ୍ତି ବେଆଇନ ଭାବରେ ଗ୍ରାମ ରାସ୍ତାକୁ ଅବରୋଧ କରି ନିଜର ଘର ନିର୍ମାଣ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାଫଳରେ ରାସ୍ତାରେ ଯିବା ଆସିବା ସହ ଗ୍ରାମର ଯାନୀ ଯାତ୍ରାରେ ଅସୁବିଧା ଉପଜୁଛି।  ଏପରିକି ଦୁଇ ଚକିଆରୁ ବଡ଼ ଗାଡି ଗ୍ରାମକୁ ପ୍ରବେଶ କରିପାରୁନାହିଁ। ଏ ଘଟଣାକୁ ନେଇ ଗ୍ରାମବାସୀ ଜନୈକ ବ୍ୟକ୍ତିଙ୍କୁ ରାସ୍ତାକୁ ଅବରୋଧ କରିଥିବା ସ୍ଥାନକୁ ଭାଙ୍ଗିବାକୁ କହିବାରେ ବ୍ୟକ୍ତିଜଣକ ପାଲଟା ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ମିଥ୍ୟା ମାମଲା ରୁଜୁ କରିବାର ଧମକ ଦେଉଥିବାର ଅଭିଯୋଗ ହୋଇଛି।

ତେଣୁ ଆଜି ସମସ୍ତ ଗ୍ରାମବାସୀମାନେ ଏକତ୍ର ହୋଇ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କୁ ଉକ୍ତ ଅବରୋଧକୁ ହଟାଇବାକୁ ନିବେଦନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏ ନେଇ ଶ୍ରୀମତୀ ନାଜଙ୍କୁ ପଚାରିବାରୁ ଆରଆଈ ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Related posts