Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରାସ୍ତା ଅବରୋଧ କରି ଘର ନିର୍ମାଣକୁ ବିରୋଧ, ମେଳି ବାନ୍ଧିଲେ ଗ୍ରାମବାସୀ
ଆଞ୍ଚଳିକ

ବାଣପୁର: ରାସ୍ତା ଅବରୋଧ କରି ଘର ନିର୍ମାଣକୁ ବିରୋଧ, ମେଳି ବାନ୍ଧିଲେ ଗ୍ରାମବାସୀ

March 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗ୍ରାମ ରାସ୍ତା ଅବରୋଧ କରି ଘର ନିର୍ମାଣ କରିବାକୁ ନେଇ ଗ୍ରାମବାସୀଙ୍କ ବିରୋଧ ହୋଇଛି। ଏନେଇ ଏକାଧିକ ଗ୍ରାମବାସୀ ତହସିଲଦାରଙ୍କ କାର୍ଯ୍ୟାଳୟରେ ମେଳି ବାନ୍ଧିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତ୍ତପୁର ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଆୟତ୍ତପୁର ଗ୍ରାମର ଜନୈକ ବ୍ୟକ୍ତି ବେଆଇନ ଭାବରେ ଗ୍ରାମ ରାସ୍ତାକୁ ଅବରୋଧ କରି ନିଜର ଘର ନିର୍ମାଣ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାଫଳରେ ରାସ୍ତାରେ ଯିବା ଆସିବା ସହ ଗ୍ରାମର ଯାନୀ ଯାତ୍ରାରେ ଅସୁବିଧା ଉପଜୁଛି।  ଏପରିକି ଦୁଇ ଚକିଆରୁ ବଡ଼ ଗାଡି ଗ୍ରାମକୁ ପ୍ରବେଶ କରିପାରୁନାହିଁ। ଏ ଘଟଣାକୁ ନେଇ ଗ୍ରାମବାସୀ ଜନୈକ ବ୍ୟକ୍ତିଙ୍କୁ ରାସ୍ତାକୁ ଅବରୋଧ କରିଥିବା ସ୍ଥାନକୁ ଭାଙ୍ଗିବାକୁ କହିବାରେ ବ୍ୟକ୍ତିଜଣକ ପାଲଟା ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ମିଥ୍ୟା ମାମଲା ରୁଜୁ କରିବାର ଧମକ ଦେଉଥିବାର ଅଭିଯୋଗ ହୋଇଛି।

ତେଣୁ ଆଜି ସମସ୍ତ ଗ୍ରାମବାସୀମାନେ ଏକତ୍ର ହୋଇ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କୁ ଉକ୍ତ ଅବରୋଧକୁ ହଟାଇବାକୁ ନିବେଦନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏ ନେଇ ଶ୍ରୀମତୀ ନାଜଙ୍କୁ ପଚାରିବାରୁ ଆରଆଈ ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.