Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା
ଆଞ୍ଚଳିକ

ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା

May 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମନ୍ମଥ କୁମାର ସିଂଙ୍କ ନେତୃତ୍ୱରେ ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ, ବଡ଼କୁଳ, ଅଠରବାଟିଆ ପଞ୍ଚୟତ ସମେତ ବାଲୁଗାଁ ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବାଣପୁର ଏନଏସି ସମେତ ଆୟତପୁର, ଗମ୍ଭାରୀମୁଣ୍ଡା, ନାଚୁଣି ଆଦି ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଶ୍ରୀ ସିଂ ଶୋଭାଯାତ୍ରା କରିଥିଲେ।

ଉକ୍ତ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥିଙ୍କ ପତ୍ନୀ ଦମୟନ୍ତି ସିଂ, ଆଇଏସଏଲ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, ଭୁବନେଶ୍ୱର ପାଇକରାୟ, ବଳରାମ ସାହୁଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇ ନୌକା ଚିହ୍ନରେ ଭୋଟ ଦେଇ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ସିଂଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୈନିକ ଭାବେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଅଞ୍ଚଳବାସୀଙ୍କ ସେବା ମୋ ପାଇଁ ବହୁତ ବଡ଼ କଥା। ଚିଲିକାର ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବି। ଦଳୀୟ ନେତା, କର୍ମୀ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ମାଗୁଥିବା ବେଳେ ତୃଣମୂଳ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନେତା ଅବା କର୍ମୀ ପହଞ୍ଚି ଲୋକଙ୍କ ଆବଶ୍ୟକ ମୌଳିକ ଅଧିକାର ପଚାରି ନାହାଁନ୍ତି। ୭୬ ବର୍ଷ ସ୍ୱାଧୀନତା ପରେ ବିଭିନ୍ନ ଦଳ ନିଜ ଗ୍ୟାରେଣ୍ଟିର ଦାବି କରୁଛନ୍ତି କିନ୍ତୁ ମୋ ଭାଇ ବନ୍ଧୁ କୁଟୁମ୍ବ, ମୋ ଅଞ୍ଚଳବାସୀ ହେଉଛନ୍ତି ମୋ ଗ୍ୟାରେଣ୍ଟି। ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବି କହିବି ବୋଲି ଶ୍ରୀ ସିଂ କହିଛନ୍ତି। ଏହା ସହିତ ନୌକା ଚିହ୍ନରେ ଭୋଟ ଦେବାକୁ ଶ୍ରୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ବାଇକ ଶୋଭାଯାତ୍ରା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026
Latest News

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.