Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ ମୁହୂର୍ତ୍ତରେ ବାତିଲ ନେଇ ବିଭିନ୍ନ ମହଲରେ ଅସନ୍ତୋଷ
ଆଞ୍ଚଳିକ

ବାଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ ମୁହୂର୍ତ୍ତରେ ବାତିଲ ନେଇ ବିଭିନ୍ନ ମହଲରେ ଅସନ୍ତୋଷ

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ରଥଯାତ୍ରା। ବାଣପୁର ସ୍ଥିତ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥି ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ବାଣପୁର ଏନଏସି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ତାହା ବାତିଲ ହୋଇଥିବା ଜଣାପଡିଛି।

ବାଣପୁର ଏନଏସି କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୨୯୩/୨୭.୦୬.୨୪ ରେ ଆଜି ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଦିବା ୧୧.୩୦ ଘଟିକାରେ ଏନଏସି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ଜରିଆରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ ସଂଘ, ଗଣମାଧ୍ୟମ ପ୍ରତିନିଧି ଏବଂ ଉଭୟ ମନ୍ଦିର କମିଟି ସଭାପତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାର ଏକ ନକଲ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

ତେବେ ଶେଷ ମୁହୂର୍ତ୍ତରେ ଉକ୍ତ ବୈଠକ ବାତିଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଉକ୍ତ ବୈଠକରେ କେବଳ ଅଗ୍ନିଶମ ଅଧିକାରୀ ଯୋଗଦେବାକୁ ଆସିଥିବାବେଳେ ଅନ୍ୟ କେଉଁ ଅଧିକାରୀ ଯୋଗଦେଇନଥିଲେ।

ଅନୁରୂପଭାବେ ଏକାଧିକ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଏବଂ ଉଭୟ ମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଏନଏସି କାର୍ଯ୍ୟାଳୟକୁ ଆସିଥିଲେ।  ତେବେ ହଠାତ କାହିଁକି ବୈଠକକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଗଲା, ତାହାର କୌଣସି କାରଣ ଜଣାପଡିନାହିଁ।

ସେପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ ରଥଯାତ୍ରା ବୈଠକରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ଥାନୀୟ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରିନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ଉକ୍ତ କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯାଇଛି ଏବଂ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି।

ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ବାଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ଜୀ-ସାର୍ଥକରେ ଆସୁଛି ଏକ ନିଆରା ପ୍ରେମ କାହାଣୀ: ଅକ୍ଟୋବର ୪ରେ ‘ଅଧୁରା ପ୍ରେମ କାହାଣୀ’ର ମହାପ୍ରିମିୟର

September 27, 2026

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.