Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ପାଳିତ
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ପାଳିତ

July 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଗତକାଲି ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ବଡକୁଳସ୍ଥ ଓଡି ଆର୍ଟ ସେଣ୍ଟରରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ସଭାପତି ନନ୍ଦକିଶୋର ମିଶ୍ର ନୂତନ ସଭାପତି ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ସଂପାଦକ ଅଶୋକ କୁମାର ନାୟକ ଚଳିତ ବର୍ଷ ପ୍ରାରମ୍ଭରୁ ଭିନ୍ନ ଭିନ୍ନ ଦିବସରେ ଭିନ୍ନ ସ୍ଥାନମାନଙ୍କରେ ବୃକ୍ଷ ରୋପଣ, ଅନ୍ନପୂର୍ଣ୍ଣା ଦିଵସ ପାଳନ ଅଵସରରେ ଜରାନିଵାସରେ ଖାଦ୍ୟ ଓ ବସ୍ତ୍ରାଦି ପ୍ରଦାନ ଏବଂ ରକ୍ତଦାନ ଶିବିର ଆୟୋଜନ କରି ଯଥେଷ୍ଟ ପରିମାଣର ରକ୍ତ ସଂଗ୍ରହ କରିଥିବା ପ୍ରକାଶ କରିବା ସହିତ ଆଗାମୀ ଯୋଜନା ବିଷୟରେ ବିଶଦ ବିବରଣୀ ଦେଇଥିଲେ।

ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାକ୍ତନ ପ୍ରା୍ନ୍ତପାଳ ଦେବାଶୀଷ ମିଶ୍ର ଯୋଗଦାନ କରି ବିଗତ ୩୭ ବର୍ଷରେ କ୍ଳବ ଦ୍ବାରା ହୋଇଥିବା କାର୍ଯ୍ୟ ମାନଙ୍କର ପ୍ରଶଂସା କରିଵା ସହିତ ବରିଷ୍ଠ ସଭ୍ଯ ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମ ପ୍ରକାଶ ଅଗ୍ରୱାଲ, ଵିଜୟ କୁମାର ନନ୍ଦଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାଵରେ ଚିଲିକା ବନ୍ଯପ୍ରାଣୀ ଡିଭିଜନର ଡି ଏଫ ଓ ଅମ୍ଳାନ ନାୟକ, ଅତିରିକ୍ତ ପ୍ରାନ୍ତପାଳ ଵନ୍ଦିତା ତ୍ରିପାଠୀ ଯୋଗଦେଇ କ୍ଳବ ଦ୍ବାରା କରାଯାଉଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ସହଯୋଗ କରିଵେ ଵୋଲି କହିଥିଲେ।

ପୂର୍ବତନ ସଭାପତି ଅନଙ୍ଗଭୀମ ବିଶ୍ବାଳ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ଓ ଗୋପାଳଚନ୍ଦ୍ର ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସମାଜସେବୀ ସୁନୀତା ପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କ୍ଳବର ପତ୍ରିକା ସାଳିଆ ର ସଂପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କ ଦ୍ବାରା ସଂପାଦିତ ପତ୍ରିକା ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ନୂତନ ସଦସ୍ୟ ଭାବରେ ପ୍ରାଧ୍ୟାପକ ଡ ସୁନୀଲ କୁମାର ପଟ୍ଟନାୟକ ଓ ଚାଟାର୍ଡ ଆକାଉଣ୍ଟ ମନୋରଞ୍ଜନ ଵାରିକଙ୍କୁ ମୂଖ୍ଯ ଅତିଥି ଶପଥ କରାଇଥିଲେ।

ପୂର୍ବତନ ସଭାପତି ଜଗଦୀଶ ଲାଖୋଟିଆ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଭ୍ୟ ସୁନୀଲ କୁମାର ପାତ୍ର, ହିମାଂଶୁ କୁମାର ପାତ୍ର ପ୍ରମୂଖ ପରିଚାଳନା କରିଥିଲେ।

balugaon banpur rotary club ବାଣପୁର ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.