Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ
ଆଞ୍ଚଳିକ

ବାଣପୁର ସତସଙ୍ଗ ବିହାରର ସଭାପତିଙ୍କ ପରଲୋକ: ଶେଷ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ

September 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବାଣପୁର ଅଞ୍ଚଳର ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଣେ ମିଷ୍ଟଭାସି, ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତି ଭାବେ ସମଗ୍ର ବାଣପୁର, ବାଲୁଗାଁ ଅଞ୍ଚଳରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଆତ୍ମୀୟ ଏବଂ ସହପାଠୀ ମାନେ ମ୍ରିୟମାଣ ହୋଇପଡିଛନ୍ତି। ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ଅଗ୍ରୱାଲ ସମାଜ ସ୍ମଶାନରେ ସମ୍ପନ୍ନ ହୋଇଥିଲା।

ତେବେ ବିୟୋଗ ଖବର ପାଇ ସ୍ୱର୍ଗତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ, ବାଣପୁର ଓ ବାଲୁଗାଁ ସତସଙ୍ଗ ବିହାର କର୍ମକର୍ତ୍ତା, ବାଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା, ଏବିଭିପି କାର୍ଯ୍ୟକର୍ତ୍ତା, ବାଣପୁର ଓକିଲ ସଂଘ କର୍ମକର୍ତ୍ତା, ବାଣପୁର-ବାଲୁଗାଁ ଅଞ୍ଚଳର ବହୁ ସାମ୍ବାଦିକ, ସମାଜସେବୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଶେଷ ଦର୍ଶନ କରିଥିଲେ।

ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ସତସଙ୍ଗ ବିହାର ସମାଜସେବୀ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026

ବଜ୍ରାଘାତରେ ଚାଲିଗଲା ବଡ଼ ଭାଇର ଜୀବନ, ସାନ ଭାଇ ମେଡିକାଲରେ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.