Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ

October 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ “ଉଚ୍ଚ ଶିକ୍ଷା ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରୟୋଗ” ଶୀର୍ଷକ ଏକ ଦିବସୀୟ ଜାତୀୟ ସମ୍ପାନ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଜାତୀୟ ସମ୍ପାନକୁ ଉଦଘାଟନ କରିଥିଲେ।

ଶିକ୍ଷାର୍ଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ସାଙ୍ଗଠନିକ ସମ୍ପାଦିକା ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ଦେବା ସହ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ରର ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜଧାନୀ କଲେଜର ସହାୟକ ପ୍ରଫେସର ଡକ୍ଟରସରୋଜକାନ୍ତ ଚୌଧୁରୀ ଜାତୀୟ ଶିକ୍ଷାନୀତିର ଉଚ୍ଚଶିକ୍ଷା ସ୍ତରର ସଂରଚନା,ପରୀକ୍ଷା ପଦ୍ଧତି ଓ ଶିକ୍ଷା ସମାପ୍ତିର ପ୍ରମାଣପତ୍ର ସମ୍ପର୍କରେ ସ୍ପଷ୍ଟତା ପ୍ରତିପାଦନ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ପ୍ରଫେସର ସୁଦର୍ଶନ ମିଶ୍ର ଜାତୀୟ ଶିକ୍ଷା ନୀତି ପ୍ରୟୋଗର ସାମ୍ପ୍ରତିକ ଆହ୍ୱାନ,ପ୍ରତିବନ୍ଧକ ସମେତ ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଶିକ୍ଷାନୀତି ୨୦୨୦ର ସାମଗ୍ରିକ ତଥ୍ୟ, ପୂର୍ଣ୍ଣାଙ୍ଗ ପ୍ରତିଫଳନ ଓ ବିକଶିତ ଭାରତ ଗଠନ କରିବାରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଅଧ୍ୟକ୍ଷ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଅଧ୍ୟାପିକା ସଜ୍ଞା ପଟ୍ଟନାୟକ, ଜଗଦୀଶ ବିଶ୍ୱାଳ, ମନସ୍ବିନୀ ପଟ୍ଟନାୟକ, ସ୍ମିତା ରାଣୀ ମିଶ୍ର, ପ୍ରଭାତ ନାୟକ, ଧରିତ୍ରୀ ବିଶୋଇ, ମୋନାଲିସl ପାତ୍ର, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ ପ୍ରମୁଖ ଜାତୀୟ ଶିକ୍ଷାନୀତିର ସମସ୍ୟା ସମ୍ପର୍କୀୟ ନିବନ୍ଧ ପାଠ କରିଥିଲେ।

ଏହି ଅବସରରେ ଅଧ୍ୟାପକ ଡକ୍ଟର ସନ୍ତୋଷ ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ମୃଡାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ଡଃ ସୁବୁଦ୍ଧି ସଭାପତିୟ ବକ୍ତବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବାଲୁଗାଁ ମହାବିଦ୍ୟାଳୟ ଶିକ୍ଷା ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Latest News

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.