ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ତହଁର ନଦୀ ପଠାରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ୍, ଟ୍ରାକ୍ଟର ଓ ହାଇୱା ଜରିଆରେ ବାଲି ଚୋରା ଚାଲାଣ ହେଉଥିବା ନଜିର ରହିଛି। ଏହି ଭଳି ପରିସ୍ଥିତିରେ ହିଞ୍ଜିଳି ଥାନା ପୋଲିସ୍ ଖବର ପାଇ ଆତର୍କିତ ଭାବେ ଉକ୍ତ ନଦୀ ପଠାରେ ପହଞ୍ଚି ଗୋଟିଏ ବାଲି ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିଛି। ଏହି ମାମଲାରେ ୯୧୦/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରାଯାଇଛି। ଆଗାମୀ ଦିନରେ ଏହିଭଳି ଚଢାଉ ଜାରି ରହିବ ଓ ବାଲି ଚୋରା ଚାଲାଣକୁ ବନ୍ଦ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଛନ୍ତି।
Tags: ବାଲି ଚୋରା ଚାଲାଣ, ରୁଷିକୁଲ୍ୟା ନଦୀ