Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ନନ୍ଦପୁର ପଞ୍ଚାୟତରେ ଲକ୍ଷପତି ଦିଦି ସମାବେଶ
ଆଞ୍ଚଳିକ

ବାଣପୁର: ନନ୍ଦପୁର ପଞ୍ଚାୟତରେ ଲକ୍ଷପତି ଦିଦି ସମାବେଶ

March 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ଉଦ୍ୟୋଗୀ ହେବାସହ ଲକ୍ଷପତି ଦିଦିହେବାର ସୁଯୋଗ ସୃଷ୍ଟି କରୁଛନ୍ତି। ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଲକ୍ଷପତି ଦିଦି ହେବାର ସୁଯୋଗ ପାଇଥିବା ମା ମାନଙ୍କର ଏକ ସମାବେଶ ଶ୍ରୀରାଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସଭାନେତ୍ରୀ ସରୋଜିନୀ ପାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଆଇନଯିବି ରାଜ କିଶୋର ପଣ୍ଡା, ସାମ୍ବାଦିକ ଅରୁଣ ପଣ୍ଡା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ପରିଚାଳକ ବିମଲେଶ କୁମାର ପାଶ୍ବାନ ଯୋଗ ଦେଇଥିଲେ।

ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ପ୍ରତ୍ୟେକ ମହିଳା କିପରି ଲକ୍ଷପତି ହୋଇପାରିବେ ସେ ଦିଗରେ ପରାମର୍ଶ ଦେଇଥିଲେ। ବ୍ୟାଙ୍କରୁ ଋଣ କରି କୃଷି, ଉଦ୍ୟୋଗ ଭଳି କ୍ଷେତ୍ରରେସେହି ଅର୍ଥକୁ ବିନିଯୋଗ କରି ଲାଭବାନ ହେବା ସହ ନିଜ ପରିବାରର ପିଲା ମାନଙ୍କର ଉଚ୍ଚଶିକ୍ଷା ହେଉ କି ଗୃହ ନିର୍ମାଣ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କର ସହାଭାଗିତା ହେବାକୁ ଅରୁଣ ପଣ୍ଡା କହିଥିଲେ।

ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମହିଳା ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ସାକାର କରିବାକୁ ଉପସ୍ଥିତ ମହିଳା ମାନଙ୍କୁ ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ କହିବା ସହ ମା ମାନଙ୍କୁ ମୋ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି ମତ ରଖିଥିଲେ। ପଂଚାୟତର ଏମବିକେ, ସମସ୍ତ ସିଆରପି, ବ୍ୟାଙ୍କମିତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନନ୍ଦପୁର ପଞ୍ଚାୟତ ନରେନ୍ଦ୍ର ମୋଦୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Latest News

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.