Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ
ଆଞ୍ଚଳିକ

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ କଲେଜ
ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

ବାଲୁଗାଁ: ଉତ୍କଳ ବିଶ୍ୱବିଦ୍ୟାଳୟର ଆର୍ଥିକ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅୟୋଜିତ ହୋଇଥିବା ସାତଦିନିଆ ପୂଜା ସ୍ୱତନ୍ତ୍ର ଶିବିରର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ନିର୍ଦ୍ଦେଶନା ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ “ବୃକ୍ଷରୋପଣ ଓ ଚିଲିକା ସୁରକ୍ଷା” ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଛି ଶିବିର।

ଉକ୍ତ ଶିବିରର ବିଭିନ୍ନ ଦିବସରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ରେଞ୍ଜ ଅଫିସର ରଶ୍ମିତା ଜେନା,ଫରେଷ୍ଟର ନାରାୟଣ ଆଲତିଆ , ସମାଜସେବୀ ଶ୍ରୀ ସୋମ , ଅନନ୍ୟା ଷଡ଼ଙ୍ଗୀ, ତ୍ରିବିକ୍ରମ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିକ୍ରମ ବିଷୋୟୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବବୁଲ ରଣସିଂହ, ପୋଷ୍ୟଗ୍ରାମ ଶାନ୍ତି ନଗର ଓ ଗୋପବନ୍ଧୁ ନଗରର ଗ୍ରାମ୍ୟ କମିଟି ମୁଖ୍ୟ ଯୋଗଦେଇ ସ୍ବେଛାସେବୀମାନଙ୍କୁ ବ୍ୟକ୍ତିତ୍ୱ ବିକାଶ, ନେତୃତ୍ୱ ବିକାଶ, ବୃତ୍ତିଗତ ଜୀବନ ଓ ସମାଜ ସେବା ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ବେଛାସେବୀମାନେ ବୃକ୍ଷରୋପଣ,ବୃକ୍ଷ ଯତ୍ନ, ସ୍ୱଚ୍ଛତା, ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ ପ୍ରତିଯୋଗିତା, କିଶୋରୀ ପୋଷଣ, ରକ୍ତଦାନ, ଦୁଇଟି ପୋଷ୍ୟଗ୍ରାମରେ ସାମାଜିକ ଅର୍ଥନୈତିକ ସର୍ବେକ୍ଷଣ ଆଦି କାର୍ଯ୍ୟକ୍ରମ କରିବା ସହ ଶିଶୁମାନଙ୍କ ମଧ୍ୟରେ ସଂଗୀତ,ଚିତ୍ରକଳା,ନୃତ୍ୟ ଓ ଖେଳ ପ୍ରତିଯୋଗିତା କରି ଗ୍ରାମ୍ୟ କମିଟି ମୁଖ୍ୟଙ୍କୁ ଜରିଆରେ ସମସ୍ତଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପ ଶାସନ ସଚିବ ତଥା ଜାତୀୟ ସେବା ଯୋଜନାର ରାଜ୍ୟ ସର୍ବଦ୍ରଷ୍ଟା ଅଧିକାରୀ ଡ଼କ୍ଟର ରମେଶ ଚନ୍ଦ୍ର ବେହେରା ଓ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପଞ୍ଚାନନ ମଙ୍ଗରାଜ ଯୋଗଦେଇ ଗୋଷ୍ଠୀସେବା ତଥା ସମାଜସେବା ଦ୍ୱାରା ଶିକ୍ଷାର୍ଥୀମାନଙ୍କର ନେତୃତ୍ୱ ଓ ଶୈକ୍ଷିକ ଉତ୍କର୍ଷତାର ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ।

ଓଡ଼ିଶାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମକୁ ବ୍ୟାପକ କରିଥିବା ମୁଖ୍ୟ ଅତିଥି ଡ଼କ୍ଟର ରମେଶ ବେହେରାଙ୍କୁ ଅଧ୍ୟକ୍ଷ ଚିଲିକା ସେବା ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏଥିସହ ଏନଏସଏସ ରେ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ପ୍ରତିବଦ୍ଧତା ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ସେବା ଯୋଜନାରେ ଉତ୍କର୍ଷତା ହାସଲ କରିଥିବା ଅଧ୍ୟାପକ ଅକ୍ଷୟ ମିଶ୍ର,ବିକ୍ରମ ବିଷୋୟୀ, ଯୁବ ରେଡକ୍ରସ ଅଧିକାରୀ ମନସ୍ୱିନୀ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ରୀନା ରାଉତ ଶିବିର ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ଶିବିରରେ ନେତୃତ୍ୱ ନେଇଥିବା ବିଜୟ ଲଷ୍ମୀ ପଣ୍ଡା, ସୃତି ସେନାପତି,ଜସ୍ମିନ ବେଗମ,ବାବୁ ପ୍ରଧାନ,ଜଗନ୍ନାଥ ମଣ୍ଡଳ,ସୁମିତ୍ରା ସାମଲ,ପ୍ରଜ୍ଞା ଗଜେନ୍ଦ୍ର, ପୁଣ୍ୟଶ୍ଳୋକ ଦେବାଶିଷ ଓ ରକ୍ତଦାତା ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ସ୍ବେଛାସେବୀ ବିଜୟଲଷ୍ମୀ ପଣ୍ଡା ମଞ୍ଚ ସଂଚାଳନ କରିଥିବା ବେଳେ ଜସ୍ମିନ ବେଗମ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପିକା ସ୍ଵାତୀ ସ୍ଵାଗତିକା ସାହୁ, ଅଧ୍ୟାପକ ହିମାଂଶୁ କୁମାର ଦାଶ, ବିଶ୍ବଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ।

ବାଲୁଗାଁ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.