Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍
ଆଞ୍ଚଳିକ

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗୃହପାଳିତ ପଶୁଙ୍କ ପାଇଁ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାକୁ ୫୦୪.୮୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ, ଆଗାମୀ ଦିନରେ ମୋଟ ବଣ୍ଟନ ପରିମାଣ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ହେବ ବୋଲି ଓମ୍‌ଫେଡ୍‌ ସୂଚନା ଦେଇଛି।

ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ହଜାର ହଜାର ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ସେମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇବାକୁ ସରକାର ଓମ୍‌ଫେଡ୍‌କୁ ଦାୟିତ୍ୱ ଦେଇଥିଲେ। ଏହାପରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାକୁ ଯୁଦ୍ଧକାଳୀନ ଭିତ୍ତିରେ ଗୋଖାଦ୍ୟ ପଠାଯାଉଛି।

ଓମ୍‌ଫେଡ୍‌ ତଥ୍ୟ ଅନୁଯାୟୀ, ଜୁଲାଇ ୩୧ ସୁଦ୍ଧା ଭଦ୍ରକ ଜିଲ୍ଲାକୁ ସର୍ବାଧିକ ୨୦୨.୯୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ, ଯାଜପୁରକୁ ୧୬୦ ମେଟ୍ରିକ୍ ଟନ୍, ବାଲେଶ୍ୱରକୁ ୧୦୮ ମେଟ୍ରିକ୍ ଟନ୍, କେନ୍ଦୁଝରକୁ ୨୫ ମେଟ୍ରିକ୍ ଟନ୍, କେନ୍ଦ୍ରାପଡ଼ାକୁ ୬.୧୦ ମେଟ୍ରିକ୍ ଟନ୍ ଏବଂ ଜଗତସିଂହପୁରକୁ ୨.୭୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି।

କୋରେଇ, ବିଞ୍ଝାରପୁର, ଦଶରଥପୁର, ରେମୁଣା, ବାହାନଗା, ନୀଳଗିରି, ଧାମନଗର, ଚାନ୍ଦବାଲି, ତିହିଡି, ଭଣ୍ଡାରୀପୋଖରୀ, ରାଜକନିକା, ହାଟଡିହି, ଆନନ୍ଦପୁର ଏବଂ କୁଜଙ୍ଗ ଭଳି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ ଜାରି ରହିଛି। ଆଗାମୀ ଦିନରେ ଆହୁରି ୫୩୭ ମେଟ୍ରିକ୍ ଟନ୍‌ରୁ ଅଧିକ ଗୋଖାଦ୍ୟ ବଣ୍ଟନ କରାଯିବ ବୋଲି ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି।

ଶନିବାର ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ତିହିଡି ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ କରିଥିବାବେଳେ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ କରିଥିଲେ।

ଓମ୍‌ଫେଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଜୋରଦାର ଧକ୍କା: ମୃତ୍ୟୁ ସଂଖ୍ୟା ୪୬ କୁ ବୃଦ୍ଧି

October 28, 2026

ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ

October 28, 2026

ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍: ୮ ହଜାରରୁ ଅଧିକ ବୋତଲ ଜବତ

October 28, 2026

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026
Latest News

କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି: ମହଙ୍ଗା ଭତ୍ତା ୩% ବୃଦ୍ଧି

October 28, 2026

ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଜୋରଦାର ଧକ୍କା: ମୃତ୍ୟୁ ସଂଖ୍ୟା ୪୬ କୁ ବୃଦ୍ଧି

October 28, 2026

ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ

October 28, 2026

ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍: ୮ ହଜାରରୁ ଅଧିକ ବୋତଲ ଜବତ

October 28, 2026

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.