ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଇଣ୍ଡୋର ସ୍ପୋର୍ଟ୍ସ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ୧୪ ରୁ ୧୭ ବର୍ଷର ବାଳକ – ବାଳିକା ମୋଟ ୨୩୬ ଜଣ ଭାଗ ନେଇ ପ୍ରତି ବିଭାଗରୁ ଜିଲ୍ଲା ସ୍ତରକୁ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି।
ଉକ୍ତ ଶିବିରକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉଦଘାଟନ କରିଥିଲେ। ଏବଂ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଉଦଯାପିତ କରିଥିଲେ। ଏଥିପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସମେତ ୧୨ ଜଣ ସିଆରସିସି ଓ ପ୍ରଧାନଶିକ୍ଷକ ମାନେ ସହଯୋଗ କରିଥିଲେ।


