Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ତତ୍ବାବଧାନରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ପାରମ୍ପରିକ ଦାସକାଠିଆ ନୃତ୍ୟ ପରିବେଷଣ କରାଯାଇଥିଲା।

ଏଥିରେ ଶିଶୁ ଅଧିକାର, ସୁରକ୍ଷା ଓ କର୍ତ୍ତବ୍ୟ କୁ ଅବଗତ କରାଯାଇଥିଲା। ବିଚାରପତି ଶ୍ରୀ ମହାପାତ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାଗତ ଭାଷଣରେ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ଅବଗତ କରାଇଥିଲେ।

ଅନୁରୂପ ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ସରଳ ଭାଷାରେ ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ଯତ୍ନଶୀଳ ହୁଅନ୍ତୁ ବୋଲି ଉପଦେଶ ପ୍ରଦାନ କରିଥିଲେ। ଫ୍ରଣ୍ଟ ଅଫିସ ରିଟେନର ଶାନ୍ତନୁ କୁମାର ମହାପାତ୍ର, ଶିଶୁ ବିଦ୍ୟା ମନ୍ଦିର ର ସଭାପତି ରାଜକିଶୋର ଭୋପା ଆଦି ମଞ୍ଚରେ ଉପସ୍ଥିତ ଥିଲେ।

ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ  ଜ୍ୟୋତିର୍ମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ବିଦ୍ୟାଳୟର ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ରପ୍ରଦାନ କରିଥିଲେ। ଦାସକାଠିଆ ମାଧ୍ୟମରେ ବ୍ଲକ ଅଫିସ, ତହସିଲ ଅଫିସ, ପଲଟନ ପଡିଆ ଛକ ଆଦି ସ୍ଥାନରେ ଆଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପାରା ଲିଗାଲ ସ୍ବେଛାସେବୀମାନଙ୍କ ଦ୍ୱାରା ଏକ ଆଇନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପ୍ୟାନ ଇଣ୍ଡିଆ ସ୍କୁଲ ସଚେତନତା ଅଭିଯାନ ଅନ୍ତର୍ଗତ “ସୁରକ୍ଷିତ ବଚପନ ଅଭିଯାନ” କୁ ଲାଗୁ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଆଇନ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ତାଲୁକ ଆଇନ ସେବା ସମିତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ

November 22, 2026

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ନୈପୂଣ୍ୟ ବର୍ଗ ପାଳିତ

November 22, 2026

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026
Latest News

ଦୀର୍ଘ ସମୟ ନାଇଟ୍‌ ଶିଫ୍ଟ କରୁଛନ୍ତି କି ? ଏହା ହୃଦୟ ପାଇଁ କେତେ ବିପଦଜନକ, ଜାଣନ୍ତୁ

November 23, 2026

ଭାରତର ତୃତୀୟ ‘ବର୍ନ କେୟାର ଟ୍ରେନିଂ ସେଣ୍ଟର’ ଭାବେ ମନୋନୀତ ହେଲା ଭୁବନେଶ୍ୱର ଏମ୍ସ

November 23, 2026

୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ମୋଦୀ ସରକାରଙ୍କ ନୀତି: ବିଶ୍ୱବ୍ୟାଙ୍କ ରିପୋର୍ଟ

November 23, 2026

ଏନଡିଆରଏଫର ଦ୍ୱାଦଶ ବାଟାଲିଅନ୍ କ୍ୟାମ୍ପସକୁ ଉଦଘାଟନ କଲେ ଅମିତ ଶାହ

November 23, 2026

ବିସଲେରି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ: କର୍କଟ ରୋଗ ଉପାଦାନ ମିଳିବା ପରେ ମାମଲା ରୁଜୁ 

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.