Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବେହଳିତ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବାଣପୁରର ଗୋଦାବରୀଶ ବିଦ୍ୟାପୀଠ
ଆଞ୍ଚଳିକ

ଅବେହଳିତ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବାଣପୁରର ଗୋଦାବରୀଶ ବିଦ୍ୟାପୀଠ

November 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍‌ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର ପ୍ରଥମ ବିଦ୍ୟାଳୟ। ୮୯ବର୍ଷର ଏହି ସର୍ବପୁରାତନ ବିଦ୍ୟାଳୟଟି ଆଜି ଅବହେଳିତ ଅବସ୍ଥାରେ। ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଠ ପଢି ଭାରତର ବିଶିଷ୍ଟ ପଦ ପଦବୀରେ ଅବସ୍ଥାପିତ ହୋଇ ଆମ ଜାତିର ଟେକ ରଖିଥିବାବେଳେ ସେହି ବିଦ୍ୟାଳୟ ଆଜି ସମସ୍ୟାଘେରରେ। ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର, ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ର,  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଦ୍ୟାଳୟରେ ପାଠ ପଢିଥିବାବେଳେ ଅନେକ ଆଇଏଏସ୍‌ ଓ ଓଏଏସ୍‌ ଏହି ବିଦ୍ୟାଳୟରୁ ପାଠ ପଢିଛନ୍ତି। ଶିକ୍ଷାଦାନର ଅନନ୍ୟ ନିଦର୍ଶନ ସ୍ବରୂପ ଏହି ବିଦ୍ୟାଳୟଟି ମଣିଷ ତିଆରି କାରଖାନା ରୂପେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା, ମାତ୍ର ସରକାରୀ ଉଦାସୀନତା କାରଣରୁ ଏହି ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।

ବିଦ୍ୟାଳୟର ପ୍ରମୁଖ ସମସ୍ୟା

– ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ତାଙ୍କ ସ୍ଥାନରେ ବିଜ୍ଞାନ ଶିକ୍ଷକ ଭଞ୍ଜ କିଶୋର ସାହୁ ଅନ୍ତରୀଣ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

– ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକଙ୍କ ପଦବୀ ଖାଲି ରହିଛି। ୯ ବର୍ଷ ଧରି ହିନ୍ଦୀ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ତିନି ବର୍ଷ ଧରି ସଂସ୍କୃତ ଶିକ୍ଷକ ପଦବୀ, ୧୧ ବର୍ଷ ଧରି ଖେଳ ଶିକ୍ଷକ ପଦବୀ ଖାଲି ରହିଛି। କେବଳ ଶିକ୍ଷକ ପଦବୀ ନୁହେଁ ବିଦ୍ୟାଳୟରେ ମୁଖ୍ୟ ସ୍ଥାୟୀ କିରାଣୀ ପଦବୀ ମଧ୍ୟ ୫ ବର୍ଷ ଧରି ଖାଲି ପଡ଼ିଛି। ଆସନ୍ତା ୩ ମାସ ମଧ୍ୟରେ ବିଦ୍ୟାଳୟରେ ରହିଥିବା ତିନୋଟି ପିଅନ ମଧ୍ୟରୁ ଗୋଟିଏ ପିଅନ ପଦବୀ ଖାଲି ହୋଇଯିବ।

– ସେହିପରି ବିଦ୍ୟାଳୟରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ।

– କମ୍ପ୍ୟୁଟର ଶିକ୍ଷକଙ୍କ ପଦବୀ ଖାଲି ରହିଛି ।

-ସହରର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ହେବା ପରେ ବିଦ୍ୟାଳୟ ଖେଳ ପଡ଼ିଆଟି ବିପର୍ଯ୍ୟସ୍ତ ହୋଇପଡିବାରୁ, ଖେଳ ପଡ଼ିଆଟି ଆଉ ବିଦ୍ୟାଳୟପଯୋଗୀ ହୋଇପାରୁନାହିଁ।

ସରକାର ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବେଶ୍‌ ଉନ୍ନତିମୂଳକ ପଦକ୍ଷେପ ନେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଏହି ବିଦ୍ୟାଳୟକୁ ଅଣଦେଖା କରିବା ଅତ୍ୟନ୍ତ ନିନ୍ଦନୀୟ। ଗତବର୍ଷ ପୂର୍ବତନ ଉଚ୍ଚ ନ୍ୟାୟାଳୟର ବିଚାରପତି ଦୀପକ ମିଶ୍ର ସ୍କୁଲ ପରିଦର୍ଶନରେ ଆସି କିଛି ସାହାଯ୍ୟ କରିଥିଲେ, ଯାହା ସମୁଦ୍ରକୁ ଶଙ୍ଖେ ପରି। ତେବେ ରାଜ୍ୟସରକାର ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟର ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କରିବା ଦିଗରେ ହାତ ବଢାଇବା ଆଜିର ଦିନରେ ଆବଶ୍ୟକ ହୋଇପଡିଛି। ସରକାର ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି। ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନକୁ ସରକାରୀ ସାହାଯ୍ୟ ମିଳିବା ଲାଗି ସାଧାରଣରେ ଦାବି ହେଉଛି ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026
Latest News

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.