Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍
ଆଞ୍ଚଳିକ

ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍

December 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ / ବାଲୁଗାଁ
ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇଆଇସି ରମାକାନ୍ତ ମହାଳିକ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ବେହେରାଙ୍କ ଘରେ ପଶି ତାଙ୍କୁ ଜଣେ ଯୁବକ ଗଳାକାଟି ହତ୍ୟା କରିଛି। ଶିବାନୀ ତାଙ୍କ ଘର ବାରିପଟେ ଥିବା ଏକ କୋଠରୀରେ ବସି ପାଠ ପଢୁଥିବାବେଳେ ସେହି ଗ୍ରାମର ଜଣେ ଯୁବକ ଛାତ ଚଢି ଘରେ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ର ଦ୍ବାରା ଶିବାନୀର ଗଳା କାଟି ଦେଇ ଫେରାର ହୋଇଯାଇଥିଲା। ପାଖ ରୁମରେ ବସିଥିବା ତାଙ୍କ ମା’ ଓ ଭାଉଜ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ବାଲୁଗାଁ ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଗଳାକାଟି ଥିବା ଯୁବକ ଜଣକ ଏକତରଫା ପ୍ରେମ କରୁଥିବାର ସନ୍ଦେହ କରାଯାଉଛି। ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଶିବାନୀଙ୍କ ମୃତଦେହକୁ ବୈଦ୍ୟନାଥପୁର ଥାନା ପୁଲିସ ଜବତ କରିଥିବାବେଳେ ଆଜି ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏହି ହତ୍ୟାକାଣ୍ଡର କାରଣ ଏବେବି ରହସ୍ୟାବୃତ୍ତ ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ବାହାରକୁ ଆସିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026
Latest News

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.