Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଳାହାଣ୍ଡିରେ ବିଫଳ ସୌଭାଗ୍ୟ ଯୋଜନା: ଦୁଇ ବର୍ଷ ପରେ ମଧ୍ୟ ହୋଇପାରିନି ବିଦ୍ୟୁତ୍‌ ସଂଯୋଗ
ଆଞ୍ଚଳିକ

କଳାହାଣ୍ଡିରେ ବିଫଳ ସୌଭାଗ୍ୟ ଯୋଜନା: ଦୁଇ ବର୍ଷ ପରେ ମଧ୍ୟ ହୋଇପାରିନି ବିଦ୍ୟୁତ୍‌ ସଂଯୋଗ

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି, ୨୧/୧୨: ଦେଶରେ ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ସୌଭାଗ୍ୟ ଯୋଜନା କଳାହାଣ୍ଡିରେ ଦିଗହରା ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ ଟ୍ରାନ୍ସଫର୍ମର ବସାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଜୋଗ ହୋଇ ପାରିନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ଗଜବାହଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ। ଦୁଇବର୍ଷ ତଳୁ ଗାଁରେ ଟ୍ରାନ୍ସଫର୍ମର ବସାଯିବା ସହିତ ତାରଟଣା ସରିଥିଲେ ମଧ୍ୟ ଆଜିବି ଅନ୍ଧାରରେ ରହିଛି ଏହି ଗ୍ରାମ। ଗ୍ରାମରେ ଅଧିକାଂଶ ଲୋକ ଜନଜାତି ବର୍ଗର ରହିଥିବା ବେଳେ ସମୁଦାୟ ୮୧ ପରିବାର ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ପାଖାପାଖି ଚାରି ଶହ ରହିଛି। ଚାଷ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ବିନା ବିଦ୍ୟୁତ୍‌ରେ ସାଧାରଣ ଲୋକ ବିଭିନ୍ନ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୫-୦୬ ମସିହାରେ ଏକ ୧୦ କେଭି ଟ୍ରାନ୍ସଫର୍ମର ଜରିଆରେ ୪୫ଟି ପରିବାରକୁ ବିଦ୍ୟୁତ ସଞ୍ଜୋଗ ଦିଆଯାଇଥିବା ବେଳେ ଲୋକ ଲୋ ଭୋଲ୍ଟେଜ୍‌ର ସମ୍ମୁଖୀନ ହୋଇଛନ୍ତି। ଏହି ଟ୍ରାନ୍ସଫର୍ମରଟି ଚାର୍ଜ ହୋଇଗଲେ ଗ୍ରାମରେ ରହିଥିବା ଲୋ ଭୋଲ୍ଟେଜ୍‌ ସମସ୍ୟା ଦୂର ହେବ। ଏ ନେଇ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଜଣାପଡିଛି। ଖୁବ୍‌ ଶୀଘ୍ର ଧଅଁରାଖମନ ଗ୍ରାମକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହୋଇଛି।

 

kalahandi
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ

October 29, 2025

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025

ଭୁବନେଶ୍ୱର ‘ମା ଉର୍ତ୍ତର ମୁଖି ଫାଉଣ୍ଡେସନ’ ପକ୍ଷରୁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

October 27, 2025

ଚିଲିକାରେ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

October 27, 2025
Latest News

56ତମ ଆଇଏଫଏଫଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ

October 30, 2025

ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି

October 30, 2025

ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

October 30, 2025

ରାଜ୍ୟସ୍ତରୀୟ କିଶୋର-କିଶୋରୀ ସମାବେଶରେ ଯୋଗ ଦେଲେ ଉପ-ମୁଖ୍ୟମନ୍ତ୍ରୀ

October 30, 2025

ଆଜି ଅକ୍ଟୋବର ୩୦ ତାରିଖ, ଗୁରୁବାର: ପାଞ୍ଚୋଟି ରାଶିର ଭାଗ୍ୟ ଚମକିବ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.