Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ସୁନୀତା ମାର୍ଥାଙ୍କ ଆଉ ଏକ କୃତିତ୍ବ: ରାଜ୍ୟ ମହିଳା ଭଲିବଲ୍‌ ଦଳରେ ହେଲେ ସାମିଲ୍‌
ଆଞ୍ଚଳିକ

ବାଣପୁରର ସୁନୀତା ମାର୍ଥାଙ୍କ ଆଉ ଏକ କୃତିତ୍ବ: ରାଜ୍ୟ ମହିଳା ଭଲିବଲ୍‌ ଦଳରେ ହେଲେ ସାମିଲ୍‌

December 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷାବ୍ୟୁରୋ

ବାଣପୁର, ୨୬/୧୨: ବାଣପୁରର ସୁନୀତା ମାର୍ଥା ରାଜ୍ୟ ମହିଳା ଭଲିବଲ ଦଳ ପାଇଁ ମନୋନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଅଧୁନା ଭୁବନେଶ୍ବରସ୍ଥିତ ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ କରୁଛନ୍ତି ସୁନୀତା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାନଅଁଳ ଗ୍ରାମର ସନାତନ ମାର୍ଥା ଓ ବାସନ୍ତୀ ଦେବୀଙ୍କ କନ୍ୟା ହେଉଛନ୍ତି ସୁନୀତା। ସେ ଦୀର୍ଘଦିନ ଧରି ବାଣପୁରରେ ବସବାସ କରୁଛନ୍ତି। ପିଲାଟି ବେଳୁ ଖେଳ ପ୍ରତି ବେଶ୍‌ ରୁଚି ରଖିଥିଲେ ସୁନୀତା।  ବାଣପୁର ମା’ ଭଗବତୀ ରୁରାଲ୍‌ ସ୍ପୋର୍ଟସ୍‌ ଏକାଡେମୀରେ ପ୍ରଶିକ୍ଷଣ ନେବା ସହିତ ପୂର୍ବରୁ କନିଷ୍ଠ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଖେଳରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ସୁନୀତା ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଭୁବନେଶ୍ବର କିଟ୍‌ଠାରେ ଅନୁଷ୍ଠିତ ଚୟନ ଶିବିରରେ ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ଦଳ ପାଇଁ ମନୋନୀତ ହୋଇଛନ୍ତି। କିଟ୍‌ଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃରାଜ୍ୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ତରଫରୁ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ସୁନୀତା ଖେଳ ପ୍ରଶକ୍ଷିକ ବିଭଧେନ୍ଦୁ ମାନସିଂହ ଓ  ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସମ୍ପାଦକ ଡ. ଗଗନେନ୍ଦୁ ଦାସଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସୁନୀତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ମଧ୍ୟ ବାଣପୁର ସାନହନ୍ତୁଆଡ ଗ୍ରାମର କଳ୍ପଶ୍ରୀ ପ୍ରଧାନ ରାଜ୍ୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.