Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଠାରେ ସୂଚନା ଅଧିକାର ଆଇନ୍ ଅଭିଯାନ କର୍ମଶାଳା
ଆଞ୍ଚଳିକ

ଜଗତସିଂହପୁର ଠାରେ ସୂଚନା ଅଧିକାର ଆଇନ୍ ଅଭିଯାନ କର୍ମଶାଳା

March 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସୂଚନା ଅଧିକାର ଅଧି ନିୟମ ଓ ୫ଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମଗ୍ର ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲାରେ ୩୨ଟି ବିଭାଗରେ ଇ-ଅଫିସ ବ୍ୟବହାର ହେଉଛି । ସ୍ୱଛତା ହେଉଛି ବଡ ପଦକ୍ଷେପ। ଏପ୍ରିଲ ପରେ ଜିଲ୍ଲାର ପ୍ରତ୍ୟେକ ଆର୍‌.ଆଇ. ଅଫିସ ଓ ପଂଚାୟତ ଅଫିସରେ ଇ-ଅଫିସ କାର୍ଯ୍ୟକାରୀ ହେବ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଓସ୍କ ଲାଗିବ ଏବଂ କେଉଁ କାର୍ଯ୍ୟାଳୟରେ କେଉଁ ସୂଚନା ଦରକାର, ତାହା ୫ ମିନିଟରେ ସର୍ବସାଧାରଣଙ୍କୁ ମିଳି ପାରିବ। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରଶାସନ ଅଧିକ ସ୍ୱଛ ଓ ଉତରଦାୟୀ ହୋଇ ପାରିବ। ଇ-ଅଫିସ ସୂଚନା ଅଧିକାର ଆଇନକୁ ଅଧିକ ନିରାପଦ ଓ ଦୃଢ କରିପାରିବ। ଜିଲ୍ଲାରେ ମେଡିକାଲ ଓ ତହସିଲ କାର୍ଯ୍ୟାଳୟରୁ ମୋ ସରକାର କାର୍ଯ୍ୟକ୍ରମରେ କାର୍ଯ୍ୟ ଦକ୍ଷତା ଉପରେ ଭଲ ଅଭିମତ ଆସିଛି। ରାଜ୍ୟ ସରକାର ଦୁର୍ନୀତିକୁ ଜିରୋ ଟଲରାନ୍‌ସ ଭାବେ ଗ୍ରହଣ କରିଛନ୍ତି। ସୂଚନା ଅଧିକାର ଆଇନ୍ ଲାଗୁଦ୍ୱାରା କୋର୍ଟରେ ଜନସ୍ୱାର୍ଥ ମାମଲା ହ୍ରାସ ପାଇଛି। ଜିଲ୍ଲାରେ ସମସ୍ତ ଯୁଗ୍ମ ଜନ ଅଭିଯୋଗ ଗୁଡିକ ଡିଜିଟାଇଜେସନ୍ କରାଯାଇଛି।

ଏହି କର୍ମଶାଳାରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ କହିଲେ ସୂଚନା ଅଧିକାର ଆଇନ୍ ଦ୍ୱାରା ସ୍ୱଛତା ବଢିବ। ପୂର୍ବରୁ ନାଲିଫିତା ତଳେ ତଥ୍ୟ ଲୁକ୍କାୟିତ ଭାବେ ରହି ଯାଉଥିଲା। ତଥ୍ୟ ଯେତେ ଲୁଚିବ ଦୁର୍ନୀତି ସେତେ ବଢିବ। ରାଜ୍ୟ ସରକାର ୫-ଟି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଆର୍‌.ଟି.ଆଇ ଓ ୫-ଟିର ଉଦ୍ଦେଶ୍ୟ ହେଉଛି ସ୍ୱଛତା ରକ୍ଷାକରିବା। ଲୁମିନସ୍ ଇନ୍‌ଫୋଓ୍ବେଜ୍ ରିସୋର୍ସ ପର୍ସନ ହର୍ଷବର୍ଦ୍ଧନ ପରିଛା ଯୋଗଦେଇ ସ୍ୱେଛାକୃତ ସୂଚନା ପ୍ରଦାନ ଏବଂ ଅନ୍ ଲାଇନ୍ ମାଧ୍ୟମରେ ସୂଚନା ଆବେଦନ ପତ୍ର ଗ୍ରହଣ କରିବା ଏବଂ ସୂଚନା ପ୍ରଦାନ କରିବା ପ୍ରଣାଳୀ ବିଷୟରେ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ।

 

ଅନ୍ତଦୃଷ୍ଟି ସ୍ୱେଛାସେବୀ ସଂଗଠନର ସଂଯୋଜନାରେ ସଂଗଠନର ନିର୍ଦ୍ଦେଶକ ଗୋପାଳ କୃଷ ମିଶ୍ର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀଙ୍କର ପ୍ରଶାସନିକ ବ୍ୟବସ୍ଥା,ସୂଚନା ଆବେଦନ ପତ୍ର ଗ୍ରହଣ ଓ ସୂଚନା ପ୍ରଦାନ ବିଷୟରେ ଅବଗତ କରାଇଥିଲେ। ଆର୍‌.ଟି.ଆଇ ରିସୋର୍ସ ପର୍ସନ ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗଦେଇ ସୂଚନା ଅଧିକାର ଆଇନ୍ ଅଧିନରେ ଆସୁଥିବା କାର୍ଯ୍ୟାଳୟ ଓ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ। ଉପ-ଜିଲ୍ଲାପାଳ ମାନସ ରଂଜନ ଭୋଇ ଯୋଗଦେଇ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଲାରେ ଜିଲ୍ଲା ପରିଷଦ ଉପ ସଭାପତି ଲିଙ୍ଗରାଜ ସ୍ୱାଇଁ, ଉପ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ଓ ସୂଚନା ଅଧିକାର ଆଇନ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

jagatsinghpur rti
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.