Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି: ଜିଲ୍ଲାରେ ବନ୍ଦ ରହିବ ଆଧାର ପଞ୍ଜିକରଣ କେନ୍ଦ୍ର
ଆଞ୍ଚଳିକ

ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି: ଜିଲ୍ଲାରେ ବନ୍ଦ ରହିବ ଆଧାର ପଞ୍ଜିକରଣ କେନ୍ଦ୍ର

March 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଚିକିତ୍ସା ଏବଂ ଜନସାଧାରଣଙ୍କ ଜୀବନ ସୂରକ୍ଷାକୁ ଦୃ୍ଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ସହର ଓ ଏହାର ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି। ପାରାଦ୍ୱୀପ ସହର ମଧ୍ୟରେ ଥିବା ସର୍ବସାଧାରଣ ସ୍ଥାନ ଓ ବ୍ୟକ୍ତିଗତ ସ୍ଥାନରେ ୪ଜଣରୁ ଅଧିକ ଲୋକ ଏକାଠି ନହେବା, ସମୁଦ୍ରକୂଳରେ ଥିବା ବାଲିଯାତ୍ରା ପଡିଆ, ଜବାହାର ଗେଷ୍ଠହାଉସ୍ ଠାରେ ଏକତ୍ରୀତ ନହେବା ପାଇଁ କଟକଣା ଜାରି କରାଯାଇଛି। ଏଥିସହିତ ଗେଷ୍ଟହାଉସ୍, କଲ୍ୟାଣମଣ୍ଡପ, ହୋଟେଲ, ଯାତ୍ରୀ ନୀବାସ, ଧର୍ମଶାଳା ଏବଂ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ସ୍ଥାନରେ କୌଣସି ସାମାଜିକ ଓ ଧାର୍ମିକ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ, ଶିଳ୍ପ କାରଖାନା ଓ ଅନୁଷ୍ଠାନଗୁଡିକ ସମ୍ମୁଖରେ କୌଣସି ରାଜନୈତିକ ଶୋଭାଯାତ୍ରା, ବିକ୍ଷୋଭ, ଧାରଣା ଓ ସାଧାରଣସଭା ଆୟୋଜିତ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ଆଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମା ମାର୍ଚ୍ଚ ୧୬ ତାରିଖ ଠାରୁ ତତକ୍ଷଣାତ୍ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ଥିବା ଥାନାର ଆରକ୍ଷୀ ନିରୀକ୍ଷକ ମାନେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ସାହାଯ୍ୟପ୍ରାପ୍ତ , ପବ୍ଲିକ୍ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟଗୁଡିକ ବନ୍ଦ ହେବା ସହିତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ଆସିବେ ନାହିଁ। କିନ୍ତୁ ନିର୍ଦ୍ଧିଷ୍ଟ ଆଦେଶ ନିମନ୍ତେ ସେମାନଙ୍କ ଫୋନକୁ ସଜାଗ ରଖିଥିବେ। ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଯଥାରୀତି କାର୍ଯ୍ୟସୂଚି ଅନୂଯାୟୀ ଅନୁଷ୍ଠିତ ହେବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ଖାତା ମୁଲ୍ୟାଙ୍କନ କାର୍ଯ୍ୟ ନିର୍ଦ୍ଧାରୀତ ତାରିଖରେ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ଜାରି ହୋଇଥିବା କରୋନା ଭୂତାଣୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ ହେବ। ଏଥିସହିତ ଓକାକ୍ ଅଧିନରେ ଚାଲୁଥିବା ସମସ୍ତ ଆଧାର ପଞ୍ଜିକରଣ କେନ୍ଦ୍ରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାମୟୀକ ଭାବେ ବନ୍ଦ ରହିବ ବୋଲି ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି।

୧୪୪ ଧାରା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.