Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଳାହାଣ୍ଡିରେ କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ
ଆଞ୍ଚଳିକ

କଳାହାଣ୍ଡିରେ କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ

April 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି: ସମଗ୍ର ଭାରତ ବର୍ଷରେ କୋଭିଦ-୧୯ ସହ ସଂଘର୍ଷ କରୁଥିବା ବେଳେ ଓଡିଶା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ। ପ୍ରଥମ ପର୍ଯ୍ୟାୟ ଲକଡାଉନ ୨୪ ମାର୍ଚ୍ଚରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଖାଉଟି ମାନଙ୍କୁ ପ୍ରତି କାର୍ଡ ପିଛା ତିନିମାସର ଆଗୁଆ ରାସନ ସହିତ ହଜାରେ ଟଙ୍କା ଦେବା ସହିତ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ସେହିପରି ପ୍ରତି ଗ୍ରାମ ପଂଚାୟତରେ ନିହାତି ଗରିବ ଓ ନିଃସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରତି ଗ୍ରାମପଂଚାୟତରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଦ ସ୍ୱାସ୍ଥ୍ୟ ଶିବିର ମାନ ପ୍ରତିଷ୍ଠା କରାଯାଇଥିବାର କୁହାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତି କାର୍ଡଧାରୀଙ୍କୁ ୫ କେଜି ଚାଉଲ, ଏକ କେଜି ଡାଲି ଓ ଚିନି ଯୋଗାଇ ଦେବାର ଘୋଷଣା କରାଯାଇଛି।

ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅପ୍ରେଲ ୧୫ ତାରିଖ ଠାରୁ ମଇ ୩ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ସରକାରୀ ବ୍ୟବସ୍ଥା ପହଂଚି ପାରିନଥିବାର ଦେଖାଯାଇଛି। ଜୁନାଗଡ ବ୍ଲକ ଠାରୁ ମାତ୍ର ୩ କି.ମି. ଦୂର ଭଇଁରୀଗୁଡା ଗ୍ରାମପଂଚାୟତରେ ସରକାରୀ ସୁବିଧା ପହଂଚି ପାରିନଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପଂଚାୟତ ପକ୍ଷରୁ ସରପଂଚ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଏବଂ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ। ଏପରିକି ବ୍ଲକର ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ରନ୍ଧା ଖାଦ୍ୟ ଦିଆଯାଉନଥିବା ସ୍ୱୀକାର କରିଥିଲେ।

ଏ ସଂପର୍କରେ ଗଣମାଧ୍ୟମ ତରଫରୁ ତଥ୍ୟ ସଂଗ୍ରହ ସମୟରେ ଗରିବ ନିଃସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଦୁଇ ଦିନ ହେବ ବନ୍ଦ ଥିବା ଜଣାପଡିବା ପରେ ବ୍ଲକ ବିଏସଏସଓ ତୁଷାର ସାହୁଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଆସନ୍ତା କାଲି ଠାରୁ ୨୦ ଜଣଙ୍କୁ ପୂର୍ବବତ ରନ୍ଧାଖାଦ୍ୟ ଦେବାର ନିର୍ଦ୍ଦେଶ ଦେଇଛନ୍ତି। ରନ୍ଧନ ଗ୍ୟାସ ଯୋଗାଣ ହେଉଥିବା ଦେଖାଯାଇଥଲା। ଭଇଁରୀଗୁଡା ଗ୍ରାମ ପଂଚାୟତ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସୁବିଧା ଉପଲବ୍ଧ ଥିବା କୁରୁଗୁଡା ସେବା ଶ୍ରମରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଥିବା ବେଳେ ଚିଙ୍ଗୁଡି ସର ଗ୍ରାମ ପଂଚାୟତ ପାଇଁ ଚିଙ୍ଗୁଡିସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୦ ଶଯ୍ୟା ଏବଂ ମୁର୍ଲାପଦର ବିଦ୍ୟାଳୟ ଠାରେ ୩୦ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ଚିଙ୍ଗୁଡିସର ବିଦ୍ୟାଳୟ ଠାରେ ଥିବା ତିନିଟି ପରିଶ୍ରାଗାରକୁ ମରାମତି କରାଯାଇ ତିନିଟି ଶୌଚାଳୟ କରାଯାଇଥିବା ବେଳେ ଲୁହା ଏଙ୍ଗଲ ବଦଳରେ କାଠ ଓ ନିମ୍ନ ମାନର ହାଲୁକା ଟିଣ ଲଗାଯାଇ ଛାତ ନିର୍ମାଣ କରାଯିବା ସହିତ ସେବାଶ୍ରମରୁ ଖଟିଆ ଅଣାଯାଇ ନିମ୍ନ ମାନର ପଙ୍ଖା, ଗଦି ଓ ତକିଆ ତଥା ନିମ୍ନ ମାନର ଚଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ନୋଡାଲ ଅଫିସର ଏସ କେ ସାହୁଙ୍କୁ ପଚାରିବାରୁ ଉଧାରିରେ କାମ ଚାଲିଥିବାରୁ ହୁଏତ କମବେଶୀ ହୋଇଥାଇପାରେ ବୋଲି ହାଲୁକା ଭାବେ କହିଥିଲେ। ପ୍ରତି ଗ୍ରାମପଂଚାୟତରେ କୋଭିଦ-୧୯ ପ୍ରତିହତ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତାହା କିପରି ଭାବେ ଖର୍ଚ୍ଚ କରାଯାଇଥିବା ବିଲ ଦାଖଲ କରାଯିବ ତାହା ଦେଖିବାକୁ ବାକି ରହିଲା।

ଏହା ବ୍ୟତୀତ ଭଇଁରୀଗୁଡା ଗ୍ରାମପଂଚାୟତରେ ସରୀତା ବାଗ ସ୍ୱାମୀ ବବଲୁ ବାଗ ଭଲି ନିହାତି ଗରିବ ପରିବାର ଅଧା ଛାତ ଭଙ୍ଗା ଥିବା କୁଡିଆରେ ରହୁଥିବା ବେଳେ ସୀତା ପାତ୍ର ଓ ସୁନାଫୁଲ ନାଏକ ଭଲି ନୀରିହ ମହିଳା ମାନେ କୌଣସି ପ୍ରକାର ସରକାରୀ ସହାୟତା ପାଉନଥିବା ଅଭିଯୋଗ କରିଥିଲେ। ସାଂପ୍ରତିକ କୋଭିଡ-୧୯ ମୁକାବିଲା ଭଲି ଏକ ଘଡିସନ୍ଧି ମୂହୁର୍ତ୍ତରେ ଜୁନାଗଡ ବ୍ଲକ ସନ୍ନିକଟସ୍ଥ ଗ୍ରାମପଂଚାୟତରେ ଯଦି ଏଭଳି ଅବ୍ୟବସ୍ଥା ତେବେ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଂଚଳରେ କିପରି ଚାଲିଥିବା କୋଭିଡ-୧୯ ମୁକାବିଲା ବ୍ୟବସ୍ଥା ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ଏନେଇ ଉଚ୍ଚ କର୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି।

କଳାହାଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026

ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା: ଆଜିଠାରୁ ଶସ୍ତା ହେବ ଅନେକ ସାମଗ୍ରୀ

July 15, 2026

‘ଭୁଲ ସ୍ୱୀକାର କରିବା ଉଚିତ’: ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା କଂଗ୍ରେସ

July 15, 2026

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.